fbpx

ମୋବାଇଲ ଉପରେ ଲାଗିଲା କଟକଣା : କେଦାରନାଥ ମନ୍ଦିରକୁ ମୋବାଇଲ ନେବା ମନା

Advertisement

ନୂଆଦିଲ୍ଲୀ : ଶ୍ରଦ୍ଧାଳୁ ଏବେ ମନ୍ଦିର ଭିତରକୁ ନେ ପାରିବେନି ମୋବାଇଲ । କେବଳ ଏହା ହିଁ ନୁହେଁ ମନ୍ଦିର ପରିସରରେ ଆଉ ଫୋଟ କିମ୍ବା ଭିଡ଼ିଓ ବନାଇ ପାରିବେ ନାହିଁ । ଏଭଳି ନିଷ୍ପତ୍ତି ନେଇଛନ୍ତି କେଦାରନାଥର ସମିତି । ଏନେଇ ମନ୍ଦିର ପରିସରରେ ସୂଚନା ଜାରି କରାଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ, ମୋବାଇଲ ସହ ମନ୍ଦିର ଭିତରକୁ ପ୍ରବେଶ ମନା ।

ସୂଚନା ଅନୁସାରେ, ବଦ୍ରିନାଥ – କେଦାରନାଥ ମନ୍ଦିର ସମିତି ମିଶି ଏକ ସୂଚନା ଜାରି କରିଛନ୍ତି ଯେ, ଏହା ଏକ ଧାର୍ମିକ ସ୍ଥାନ । ଏଠାକୁ ଲୋକେ ଆସ୍ଥାର ସହ ଆସୁଛନ୍ତି, ତେଣୁ ଲିକଙ୍କ ଆସ୍ଥାକୁ ସମ୍ମାନ କରିବା ଉଚିତ । ପୂର୍ବରୁ ମନ୍ଦିରର ଗର୍ଭଗୃହରେ ପ୍ରବେଶ ଆଗରୁ ଯାତ୍ରୀଙ୍କୁ ଫୋନ ଅଫ ସ୍ୱିଚ ଅଫ କରି ଯିବାକୁ କୁହାଯାଉଥିଲା କିନ୍ତୁ ଏବେ ପୂରା ମନ୍ଦିର ପରିସରରେ ମୋବାଇଲ ପ୍ରବେଶ ନିଷେଧ କରାଯାଇଛି ।

କେବଳ ଏତିକି ନୁହେଁ, ଶ୍ରଦ୍ଧାଳୁ ମନ୍ଦିର ପରିସରକୁ ସମିତି ସଭ୍ୟଙ୍କ ସିସିଟିଭି କ୍ୟାମେରା ପରିଧି ଭିତରେ କେଦାରନାଥଙ୍କ ଦର୍ଶନ ପାଇଁ ଆସୁଛନ୍ତି । ଏହା ବ୍ୟତୀତ ମନ୍ଦିରକୁ ପୂର୍ଣ୍ଣ ପୋଷାକ ପିନ୍ଧି ଆସିବାକୁ କହିବା ସହ ମନ୍ଦିର ପରିସର ମଧ୍ୟରେ କୌଣସି ତମ୍ବୁ ବା ଟେଣ୍ଟ ନ ଲଗାଇବାକୁ କହିଛନ୍ତି । ଯଦି କୌଣସି ଭକ୍ତ ଏହାର ନିୟମ ପାଳନ ନ କରନ୍ତି, ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ର୍ଗହଣ କରାଯିବ ।

Get real time updates directly on you device, subscribe now.