fbpx

ଥଣ୍ଡାରୁ ଗୋଇଠି ଫାଟୁଛି କି? ଆଜି ହିଁ କରନ୍ତୁ ଏହି ୪ଟି ଉପାୟ

ସାଧାରଣତଃ ଶୀତ ଦିନେ ଆମ ତ୍ୱାଚା ଶୁଷ୍କ ହୋଇଯିବା ଫଳରେ ସ୍କିନ ଶୁଖିଯାଇ ଫାଟିଥାଏ । ଏହାର ଅଧିକ ପ୍ରଭାବ ଆମ ଗୋଇଠି ଏବଂ ଓଠ ଉପରେ ପଡିଥାଏ । ଥଣ୍ଡା ବଢିବା ହେତୁ ଆମ ଗୋଇଠି ଫାଟିବା ସହ କଷ୍ଟ ହେବା ସହ କୁଣ୍ଡାଇ ହୋଇଥାଏ । ଏମିତିରେ କିଛିଥର ଗୋଇଠି ଫାଟି ରକ୍ତ ମଧ୍ୟ ବାହାରିଥାଏ । ଗୋଇଠି ଫଟା ପାଇଁ ମହିଳା ମାନଙ୍କୁ ଅଧିକ କଷ୍ଟ ସହିବାକୁ ପଡିଥାଏ । ତେଣୁ ଆଜି ଆମେ କିଛି ଘରୋଇ ଉପାୟ ଆଲୋଚନା କରିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଗୋଇଠି ଫଟାରୁ ମୁକ୍ତି ପାଇପାରିବେ । ତେବେ ଜାଣନ୍ତୁ ସେହି ଉପାୟ ଗୁଡ଼ିକ କଣ..

-ଚାଉଳ ଗୁଣ୍ଡକୁ ଆପଣ ଗୋଇଠି ଫଟା ପାଇଁ ବ୍ୟବହାର କରିପାରିବେ । ଆପଣ ୨ଚାମଚ ଚାଉଳ ଗୁଣ୍ଡ, ୪ଡ୍ରପ ଆପେଲ ଭିନେଗାର, ଏକ ଚାମଚ ମହୁ ଏବଂ ୨ଚାମଚ ନଡ଼ିଆ ତେଲ ମିଶାଇ ଫଟା ପାଦରେ ମାଲିସ କରନ୍ତୁ । ଏହାଦ୍ୱାରା ଫାଟିଯାଇଥିବା ଯାଗାରେ ନୂଆ ସ୍କିନ ପୂରଣ ହେବାକୁ ଲାଗିଥାଏ ଏବଂ ପିଡ଼ାରୁ ରକ୍ଷା କରିଥାଏ ।

– ଫାଟିଯାଇଥିବା ଗୋଇଠିରୁ ମୁକ୍ତି ପାଇବା ପାଇଁ ଫଟା ଯାଗାକୁ ଭଲଭାବେ ସଫା କରନ୍ତୁ । ଲେମ୍ବୁ, ଚିନି ଏବଂ ମହୁର ଏକ ପେଷ୍ଟ ବନାଇ ଫଟା ଗୋଇଠିକୁ ସଫା କରନ୍ତୁ । ଏହା କରିବା ଦ୍ୱାରା ଫାଟିଥିବା ଗୋଇଠିରେ ମୃତଚର୍ମ ବାହାରି ଯାଏ । ଫଳରେ ଗୋଇଠିରେ ହେଉଥିବା କଷ୍ଟ ଦୂର ହୋଇଯାଏ ।

-ଗରମ ପାଣି ମଧ୍ୟ ଲାଭଦାୟକ । ଆପଣ ହାଲକା ଗରମପାଣିରେ ପାଦ ବୁଡାଇ କିଛି ସମୟ ବସନ୍ତୁ ଏହାପରେ ଗୋଇଠିକୁ ଭଲଭାବେ ମାର୍କେଟରେ ମିଳୁଥିବା ଷ୍ଟୋନରେ ଘଷନ୍ତୁ । ଏହାପରେ ନଡ଼ିଆ ତେଲ ବା ଅଲିଭ ଅଏଲକୁ ଉଷୁମ କରି ଫଟାଯାଗାରେ ମାଲିସ କରନ୍ତୁ । ଏହା ଗୋଇଠି ଫଟା ରୋକିବାରେ ସାହଯ୍ୟ କରିଥାଏ ।

-ଭେସିଲିନ ମଧ୍ୟ ଗୋଇଠି ଫଟାରୁ ରକ୍ଷା କରିଥାଏ । ଶୋଇବା ପୂର୍ବରୁ ହାଲକା ଗରମପାଣିରେ ପାଦଧୋଇ ଭେସଲିନ ଲଗାନ୍ତୁ । ଏହାଛଡା ଆପଣ ତେଲ ଲଗାଇ ସକ୍ସ ପିନ୍ଧି ଶୋଇପାରିବେ । ସକାଳେ ଏହାକୁ ଖୋଲିବା ପରେ ଦେଖାଯାଏ ଯେ, ଫାଟିଥିବା ସ୍ତର ଛାଡ଼ିଯାଇ ଏହା ଧିରେ ଧିରେ ଠିକ ହେବାକୁ ଲାଗିଥାଏ ।

Get real time updates directly on you device, subscribe now.