fbpx

ଶୀତ ଆରମ୍ଭରୁ ଫାଟୁଛି କି ଓଠ! ଆପଣାନ୍ତୁ ଏହି ଉପାୟ

AAKASH

ଓଡିଶା ଭାସ୍କର : ଓଠ ଫାଟିବା ଶୀତ ଦିନ ଆରମ୍ଭର ଏକ ସଙ୍କେତ । କିନ୍ତୁ ଆପଣ କେବେ ଭାବିଛନ୍ତି ଶୀତ ଦିନରେ କାହିଁକି ଅଧିକ ଓଠ ଫାଟିଥାଏ । ତେବେ ଶୀତ ଦିନ ଆସିବା ପରେ ଶରୀରରେ ଡିହାଇଡ୍ରେସନ ବଢିଥାଏ । ଏହା ଦ୍ୱାରା ଶରୀରର ଅଦ୍ରତା କମି ଶୁସ୍କ ହୋଇଥାଏ ଫଳରେ ଏପରି ହୋଇଥାଏ । ତେବେ ଯଦି ଆପଣ ଚାହାନ୍ତି ଶୀତ ଦିନରେ ଆପଣଙ୍କ ଓଠ ଡ୍ରାଏ ନ ହେଉ ତେବେ ଆପଣଙ୍କୁ ଏହି ତେଲ ବ୍ୟବହାର କରିବାକୁ ପଡିବ । ଏହି ତେଲକୁ କେବେ ଆଉ କିପରି ବ୍ୟବହାର କରିବେ, ଆସନ୍ତୁ ଜାଣିବା ।

ଯଦି ଆପଣଙ୍କ ଓଠ ଫାଟୁଛି ତେବେ ନଡିଆ ତେଲ ଆପଣଙ୍କ ପାଇଁ ସବୁଠାରୁ ଭଲ ଉପାୟ । ନଡିଆ ତେଲରେ ଓମେଗା ୩ ଥାଏ । ଯାହା ଆପଣଙ୍କ ସ୍କିନରେ ଥିବା ନମ୍ରତାକୁ ବଜାଇ ରଖିଥାଏ । ଏହାଛଡା ନଡିଆ ତେଲ ଓଠ ଭିତରେ ମଶ୍ଚରାଇଜରର ମଧ୍ୟ କାମ କରିଥାଏ । ଯାହା ଫଳରେ ଏହା ଆପଣଙ୍କ ଓଠକୁ ଫାଟିବାକୁ ଦିଏ ନାହିଁ । ଶୀତ ଦିନରେ ମଧ୍ୟ ଆପଣଙ୍କ ଓଠ ସୁସ୍ଥ ରହିଥାଏ ।

ଫଟା ଓଠରେ ଅପଣ ରାତିରେ ନଡିଆ ତେଲ ଲଗାଇ ଶୁଅନ୍ତୁ । ଅଳ୍ପ ନଡିଆ ତେଲ ନେଇ ତାହାକୁ ହାଲକା ଉଷୁମ କରି ଓଠରେ ଲଗାନ୍ତୁ । ଏହି ତେଲକୁ ଓଠରେ ମୋଟା ଆକାରରେ ନଡିଆ ତେଲ ଲଗାନ୍ତୁ । ସକାଳୁ ଉଠିବା ପରେ ଆପଣ ଏହାର ଫରକ ଦେଖି ପାରିବେ । ନଡିଆ ତେଲ କେବଳ ମଶ୍ଚରାଇଜରର କାମ କରେ ତାହା ନୁହେଁ । ଏହା ଆଣ୍ଟିବ୍ୟାକ୍ଟେରିଆଲ ମଧ୍ୟ ଯାହା ଆପଣଙ୍କ ଓଠକୁ ଯାହା ଓଠକୁ ବିଭିନ୍ନ ପ୍ରକାରର ଇନଫେକ୍ସନରୁ ରକ୍ଷା କରିଥାଏ ।ଏହା ଛଡା ଆପଣ ଏହି ତେଲକୁ ଆପଣଙ୍କ ଚେହେରାରେ ମଧ୍ୟ ଲଗାଇ ପାରିବେ । ଏହା ଶୀତ ଦିନରେ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବ । ଏହା ଛଡା ଆପଣ ଏହି ତେଲକୁ ପୁରା ଶୀତଦିନ ସାରା ବ୍ୟବହାର କରିପାରିବେ ।

Get real time updates directly on you device, subscribe now.