fbpx

ଏକାସାଙ୍ଗରେ ଜାଳିଦେଲେ ୫୦ କରୋନା ରୋଗୀଙ୍କ ଶବ, ତାତିଲେ ଲୋକ

ସାରାଦେଶରେ ଏବେ କରୋନା କବଜାରେ । ଏହାରି ମଧ୍ୟରେ ହାଇଦ୍ରାବାଦରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଏକାସାଙ୍ଗରେ ୫୦ କରୋନା ଆକ୍ରାନ୍ତଙ୍କର ଶବକୁ ପୋଡି ଦିଆଯାଇଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ମାମଲା ଜୁନ ୨୧ର ବୋଲି କୁହାଯାଉଛି । ହାଇଦ୍ରାବାଦର ଇଏନଆଇ ସ୍ମଶାନରେ ସାମୂହିକ ଶବଦାହ କରାଯାଇଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀମାନେ ସରକାରଙ୍କୁ ଘେରିବା ସହ ମୃତ୍ୟୁ ସଂଖ୍ୟାକୁ ଲୁଚାଇବାର ଅଭିଯୋଗ ଲଗାଇଛନ୍ତି ।

ଭିଡିଓ ଭାଇରାଲ ପରେ ମେଡିକାଲ ଶିକ୍ଷା ନିର୍ଦ୍ଦେଶକ ଡ଼ ରମେଶ ରେଡ୍ଡି କହିଛନ୍ତି ଯେ, କରୋନା ରୋଗୀଙ୍କ ଶବ ନେବାରେ ଅସୁବିଧା ହେଉଥିବାରୁ ଏକାଥରକରେ ୫୦ ଜଣଙ୍କର ଅନ୍ତମ ସଂସ୍କାର କରାଗଲା । ଏହା ୨-୩ ଦିନରେ ମରିଥିବା କରୋନା ରୋଗୀ ଥିଲେ ବୋଲି ଡ଼ କହିଛନ୍ତି । କିନ୍ତୁ ଭିଡିଓ ଭାଇରାଲ ପରେ ଲୋକମାନେ କ୍ରୋଧିତ ହୋଇଛନ୍ତି ।

Get real time updates directly on you device, subscribe now.