fbpx

ଦକ୍ଷିଣ ଆଫ୍ରିକାର ବିଶାଳ ଟାର୍ଗେଟରେ ଚାପଗ୍ରସ୍ତ ହୋଇଗଲା ନ୍ୟୁଜିଲାଣ୍ଡ ; ୧୯୦ ରନରେ ଦଳ ପରାସ୍ତ

ଓଡିଶା ଭାସ୍କର; ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୧୯୦ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ନ୍ୟୁଜିଲାଣ୍ଡ ଆଗରେ ଦକ୍ଷିଣ ଆଫ୍ରିକା ଟିମ୍ ରଖିଥିବା ୩୫୭ ଲମ୍ବା ରନକୁ ହାସଲ କରିବାରେ ସକ୍ଷମ ହୋଇନାହିଁ ଦଳ । ଯାହାକୁ ନେଇ ୧୯୦ ରନ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି ନ୍ୟୁଜିଲାଣ୍ଡ ଟିମ୍ ।

ସୂଚନା ଥାଉକି, ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ପ୍ରଥମେ ଟସ ଜିତିଥିବା ବେଳେ ସେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ବ୍ୟାଟିଂ ଆମନ୍ତ୍ରଣ ପାଇ ୪ ୱିକେଟ ହରାଇ ନିର୍ଦ୍ଧାରିତ ୫୦ ଓଭରରେ ୩୫୭ ଭଳି ଏକ ଲମ୍ବା ରନ ସଂଗ୍ରହ କରିଥିଲା ଦକ୍ଷିଣ ଆଫ୍ରିକା ଟିମ୍ । ଆଉ ଏହା ପରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ ଦଳ । ହେଲେ ବିପକ୍ଷ ଦକ୍ଷିଣ ଆଫ୍ରିକା ଦେଇଥିବା ବିଶାଳ ଟାର୍ଗେଟକୁ ନେଇ ଚାପଗ୍ରସ୍ତ ହୋଇଯାଇଥିଲା ନ୍ୟୁଜିଲାଣ୍ଡ । ଶେଷରେ ୩୫ ଓଭରରେ ନିଜର ସମସ୍ତ ୱିକେଟ ହରାଇ ମାତ୍ର ୧୬୭ ରନ ସଂଗ୍ରହ କରିପାରିଥିଲା ନ୍ୟୁଜିଲାଣ୍ଡ ।

Get real time updates directly on you device, subscribe now.