fbpx

ଦିନେ କ୍ଷୀର ବିକୁଥିଲେ ଅଧିନାୟକ ରୋହିତ ଶର୍ମା: କ୍ରିକେଟ କିଟ୍ କିଣିବା ପାଇଁ ପାଖରେ ନଥିଲା ଟଙ୍କା

ନୂଆଦିଲ୍ଲୀ: ବିନା ସଂଘର୍ଷରେ ସଫଳତା ମିଳେ ନାହିଁ । ସେମିତି ଏକ ସଂଘର୍ଷପୂର୍ଣ୍ଣ କାହାଣୀ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କର ମଧ୍ୟ ରହିଛି । ଗୋଟିଏ ଛୋଟ ପିଲା ମଧ୍ୟ ରୋହିତଙ୍କ ସଫଳତା ବିଷୟରେ କହିପାରିବ । କ୍ରିକେଟ କ୍ୟାରିୟରରେ ରୋହିତ ଅନେକ ଫ୍ୟାନ ମାନଙ୍କୁ ତିଆରି କରିପାରିଛନ୍ତି କେବଳ ତାଙ୍କର ବିଷ୍ଫୋରକ ବ୍ୟାଟିଂକୁ ନେଇ । ହେଲେ ରୋହିତଙ୍କ ସଫଳତା ପଛରେ କେତେ ଯେ ସଂଘର୍ଷ ରହିଛି ଆପଣ ଜାଣିଛନ୍ତି କି ।

ରୋହିତ ଶର୍ମା ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳର ଅଧିନାୟକ । ତେବେ କ୍ରିକେଟ ଜଗତରେ ପାଦ ରଖିବା ପୂର୍ବରୁ ସେ ଏଥିପାଇଁ ବହୁତ ସଂଘର୍ଷ କରିଛନ୍ତି । ଆଜି ସାରା ବିଶ୍ୱରେ ହିଟମ୍ୟାନ ଭାବରେ ପରିଚିତ ରୋହିତଙ୍କ ପାଖରେ ସେତେବେଳେ କ୍ରିକେଟ କିଟ୍ କିଣିବାକୁ ମଧ୍ୟ ଟଙ୍କା ନଥାଏ । ଘରୁ ଟଙ୍କା ମାଗିବାକୁ ସାହାସ ନଥାଏ ରୋହିତଙ୍କର । ହେଲେ ଗରିବି ଆଗରେ ହାର ମାନିନାହାଁନ୍ତି ହିଟମ୍ୟାନ ରୋହିତ । ତେଣୁ କ୍ରିକେଟ କିଟ କିଣିବା ପାଇଁ ଘର ଘର ବୁଲି ସେ କ୍ଷୀର ବିକ୍ରି କରିଛନ୍ତି । ଯାହା ଟଙ୍କା ରୋଜଗାର ହୁଏ ସେହି ଟଙ୍କାକୁ ସଞ୍ଚୟ କରି ରୋହିତ ନିଜ ପାଇଁ କ୍ରିକେଟ କିଟ କିଣିଥିଲେ । ତାଙ୍କର ଏ ସଂଘର୍ଷକୁ ସେ କେବେ ହେଲେ କ୍ୟାମେରା ସାମ୍ନାରେ କହିନାହାଁନ୍ତି । ଏମିତି କିଛି କଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ରୋହିତଙ୍କ ନିକଟତର ବନ୍ଧୁ ତଥା ଷ୍ଟାର ସ୍ପିନର ପ୍ରଜ୍ଞାନ ଓଝା କହିଥିଲେ । ପ୍ରଜ୍ଞାନ କହିଥିଲେ କି ରୋହି ତାଙ୍କ ସହ ସବୁ କଥା ସେୟାର କରନ୍ତି । ଆଉ ଏହି ସଂଘର୍ଷପୂର୍ଣ୍ଣ କଥାକୁ ବି ସେ ତାଙ୍କୁ କହିଥିଲେ ।

ଯେଉଁ ରୋହିତ କ୍ଷୀର ବିକି ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିଲେ ସେହି ରୋହିତ ଏବେ ଭାରତୀୟ କ୍ରିକେଟରେ ୩୦ଟି ସତକ ଏବଂ ଗୋଟିଏ ଦ୍ୱିଶତକ ସହ ମୋଟ ୯ହଜାର ୮୨୫ ରନ୍ ସଂଗ୍ରହ କରିସାରିଲେଣି । ତେବେ ପ୍ରଜ୍ଞାନ କହିଛନ୍ତି ଯେ ମୁଁ ରୋହିତଙ୍କୁ ଥରେ ଆଉଟ କରିଥିଲି ଆଉ ତାପରେ ସେ ମୋତେ ଗୋଟିଏ ମ୍ୟାଚ୍ରେ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଯାହାପରେ ଆମ ବନ୍ଧୁତା ବହୁତ ବଢ଼ିଯାଇଥିଲା ।

Get real time updates directly on you device, subscribe now.