fbpx

ଇଏ କି କଥା… କିସ୍ କଲେ ସାଲାରୀ ଦେବି, କେବେ ଭଲ ପାଇବ? ଶିକ୍ଷୟତ୍ରୀଙ୍କୁ ହଇରାଣ କରି ଏବେ ପୋଲିସ ନଜରରେ ସଞ୍ଚାଳକ

ପଶ୍ଚିମବଙ୍ଗ: ପଶ୍ଚିମ ଚମ୍ପାରଣ ଜିଲ୍ଲାର ବେତିୟାରେ ଜଣେ ଶିକ୍ଷୟତ୍ରୀଙ୍କ ସହ ଅସଦାଚରଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆଉ ଏହି ଅଭିଯୋଗ ହୋଇଛି ସେହି ସ୍କୁଲର ସଞ୍ଚାଳକଙ୍କ ଉପରେ । ଏ ନେଇ ଶିକ୍ଷୟତ୍ରୀଜଣକ ଏସପି ଉପେନ୍ଦ୍ରନାଥ ବର୍ମାଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସପିଙ୍କୁ ଆବେଦନ କରି ନରକଟିୟଗଞ୍ଜର ସ୍କୁଲ ସଞ୍ଚାଳକ ଅପରୋଜ ଅଖତରଙ୍କ ଉପରେ ଏଭଳି ସଙ୍ଗୀନ ଅଭିଯୋଗ ଦାୟର କରିଛନ୍ତି ପୀଡିତା ମହିଳା ।

ପୀଡିତାଙ୍କ କହିବା ସମୟରେ, ସେ ଗତ ୭ ବର୍ଷରୁ ଶିକାରପୁର ଥାନା ଅଧୀନସ୍ଥ ସେଣ୍ଟ୍ରାଲ ସ୍କୁଲରେ ମ୍ୟାନେଜମେଣ୍ଟ ପଦରେ କାର୍ଯ୍ୟତ ଅଛନ୍ତି । ତେବେ ସ୍କୁଲର ନିର୍ଦ୍ଦେଶକ ଅପରୋଜ ଅଖତର ତାଙ୍କ ସହ ପ୍ରାୟତଃ ଅସଦାଚରଣ କରୁତିବା ନେଇ ସେ ଅଭିଯୋଗ ଆଣିଛନ୍ତି । ଶିକ୍ଷୟତ୍ରୀଙ୍କ ହାତ ଧରିବା ବେଳେ ସେ ବିରୋଧ କରିବାରୁ ନିର୍ଦ୍ଦେଶକ ତାଙ୍କ ଧମକ ଦେଉଥିବା ମଧ୍ୟ ସେ କହିଛନ୍ତି । ଅଫରୋଜ ଧମକ ଦେଇ କୁହନ୍ତି ଯେ, ଯଦି ସବୁବେଳେ ତୁମେ ସ୍କୁଲ ଉପରେ ଧ୍ୟାନ ଦେବ, ତ ମୋତେ ପ୍ରେମ କେତେବେଳେ କରିବ? ଏହାପରେ ଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି ଯେ, ୨୫ ହଜାର ଟଙ୍କାର ଦରମା ଦେବାକୁ କହି ୭ ମାସରେ ମାତ୍ର ୬୫ ହଜାର ଟଙ୍କା ଦେଇଛନ୍ତି ନିର୍ଦ୍ଦେଶକ । ତେବେ ଟଙ୍କା ମ।।ଗିଲେ ବିଭିନ୍ନ ପ୍ରକାର ଧମକ ଦେଉଥିବା ଅଭିଯୋଗ କରିଛନ୍ତି ପୀଡିତା ଶିକ୍ଷୟତ୍ରୀ ।

ଶିକ୍ଷୟତ୍ରୀ ଯେତେବେଳେ ଅଫରୋଜଙ୍କୁ ଟଙ୍କା ମାଗନ୍ତି, ନିର୍ଦ୍ଦେଶକ ତାଙ୍କୁ କିସ୍ ଦେଲେ ସାଲାରୀ ଦେବି ବୋଲି କହି ଅସଦାଚରଣ କରୁଥିବା କହିଛନ୍ତି । ଅପରୋଜଙ୍କ ଏହି କାରନାମା ଯୋଗୁଁ ସେ ମାନସିକ ଚାପରେ ରହୁଥିବା ନେଇ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେଣୁ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଅପିଲ କରିଛନ୍ତି । ତେବେ ଏହି ମାମଲାକୁ ଶିକାରପୁର ଥାନାକୁ ପଠାଇବା ସହ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ଏସପି ଉପେନ୍ଦ୍ରନାଥ ବର୍ମା ।

Get real time updates directly on you device, subscribe now.