fbpx
BSKY
BJD SHG SKY
BJD MC SKY

ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ: ୨ ବର୍ଷ ଧରି ରହିଥିଲେ ଫେରାର

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ଜଣେ ରାଜନେତାଙ୍କ ପୁଅଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ୭୦ କୋଟି ଟଙ୍କାର ଡ୍ରଗ୍ସ ତସ୍କରୀ ମାମଲା ରହିଥିଲା । ଉକ୍ତ ମାମଲାରେ ସେ ଗତ ୨ ବର୍ଷ ଧରି ଫେରାର ରହିଥିଲେ । ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା କମାଲ ଖାନଙ୍କ ପୁଅ ବିଲାଲଙ୍କୁ ଇନ୍ଦୋର କ୍ରାଇମବ୍ରାଞ୍ଚ ଗିରଫ କରିଛି । ବିଲାଲଙ୍କ ବିରୋଧରେ ଏମଡି ଡ୍ରଗ୍ସ ମାମଲା ରହିଥିଲା ।

ଏନେଇ କ୍ରାଇମବ୍ରାଞ୍ଚ ଡିସିପି କହିଛନ୍ତି, ବିଲାଲ ପୂର୍ବରୁ ୭୦ କୋଟି ଟଙ୍କାର ଏମଡି ଡ୍ରଗ୍ସ ମାମଲାରେ ଏକ ଗ୍ୟାଙ୍ଗରେ ସାମିଲ ଥିଲେ । ବିଲାଲଙ୍କ ପାଇଁ ଇନ୍ଦୋର ପୋଲିସ ଦ୍ୱାରା ୪ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ବିଲାଲ ଦୀର୍ଘ ଦିନ ଧରି ଫେରାର ରହିଥିବାରୁ ଇନ୍ଦୋର ପୋଲିସ ତାଙ୍କୁ ଖୋଜିବା ଅଭିଯାନ ଚଳାଇଥିଲା । ଶେଷରେ ବିଲାଲ ଧରାପଡ଼ିବା ସହ ଗିରଫ ହୋଇଛନ୍ତି ।

କୌଣସି ସୂତ୍ରରୁ ସୂଚନା ପାଇଁ ଇନ୍ଦୋର କ୍ରାଇମବ୍ରାଞ୍ଚ ଗତ ୨୫ ତାରିଖ ରାତିରେ ଛୋଟି ଗ୍ୱାଲ ଟୋଲି ଅଞ୍ଚଳରୁ ଅଭିଯୁକ୍ତ ବିଲାଲଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଏବେ ବିଲାଲଙ୍କୁ ପଚରାଉଚରା କରାଯାଉଛି । ବିଲାଲ ଗିରଫ ହେବା ପୂର୍ବରୁ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ପୋଲିସ ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ଲାଠିଚାର୍ଜକୁ ନେଇ ବଜରଙ୍ଗ ଦଳ ଓ ପୋଲିସ ବିଭାଗ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.