fbpx

ଭାଲେଣ୍ଟାଇନ୍ ସପ୍ତାହ ପାଇଁ ସତର୍କତା ଜାରି କଲା କ୍ରାଇମବ୍ରାଞ୍ଚ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାଲେଣ୍ଟାଇନ୍ ସପ୍ତାହ / ଦିନ ପାଇଁ ସତର୍କ କରାଇଛି କ୍ରାଇମବ୍ରାଞ୍ଚ୍ । ସାଇବର୍ ଠକେଇ ଆଶଙ୍କା କରି ସତର୍କ କରାଇଲା କ୍ରାଇମବ୍ରାଞ୍ଚ୍ । ଅଜଣା କଲ୍ ଓ ଗିଫ୍ଟ ଆଦି ଦେବା ଓ ନେବାକୁ ନେଇ କ୍ରାଇମବ୍ରାଞ୍ଚ୍ ସତର୍କ କରାଇଛି । ଏହି ସମୟରେ ଅଜଣା ନମ୍ବରରୁ ଅନେକ ଲୋକ କଲ୍ କରି ଲେଭାନୀୟ ଗିଫ୍ଟ ସମ୍ପର୍କରେ କହିବେ । ତେଣୁ ଏହିସବୁରୁ ସତର୍କ ରହିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଭାଲେଣ୍ଟାଇନ୍ ସପ୍ତାହ ଫିକା ଫିକା ହୋଇଯାଇଛି । ପ୍ରେମୀ ଯୁଗଳ ମାନଙ୍କ ପାଇଁ କୋଭିଡ୍ କଟକଣା ବାଧକ ସାଜିଛି । ତେବେ ଗତକାଲି ଗୋଲାପ ଦିବସ ପାଳନ କରାଯାଇଥିବା ବେଳେ ଆଜି ହେଉଛି ପ୍ରେମ ସପ୍ତାହର ଦ୍ୱିତୀୟ ଦିନ । ଆଜି ହେଉଛି ପ୍ରୋପୋଜ୍ ଡେ’ ଅର୍ଥାତ୍ ପ୍ରେମ ନିବେଦନର ଦିବସ ।

Get real time updates directly on you device, subscribe now.