fbpx
BJD SKY
BJD SKY

ଚିତ୍ତରଞ୍ଜନ ମୃତ୍ୟୁ ରହସ୍ୟ: କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ରହସ୍ୟ ଏ ପର୍ଯ୍ୟନ୍ତ ଉନ୍ମୋଚନ ହୋଇପାରି ନାହିଁ । ଗତ ୧୧ ତାରିଖ ତାରିଖ ରାତିରେ ସେ ଘରୁ ଯାଇ ଆଉ ଫେରିନଥିଲେ । ଏହାପରେ ୧୩ ତାରିଖରେ ତାଙ୍କର କ୍ଷତବିକ୍ଷତ ଶବ ପୁରୀର ଗଡ଼ମୃଗଶିରା ନିକଟସ୍ଥ ନୂଆନଈରୁ ପୋଲିସ ଜବତ କରିଥିଲା । ତେବେ ଚିତ୍ତଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ଡିଜିପି ଅଭୟ ଏକ ପ୍ରେସ୍ ରିଲିଜ୍ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଚିତ୍ତଙ୍କୁ ଗତ ଶନିବାର ରାତି ୯ଟାରେ କିଛି ବ୍ୟକ୍ତି ଘରୁ ଡାକି ନେଇଥିଲେ । ସେଦିନ ରାତିରେ ସେ କିଛି ଲୋକଙ୍କ ସହିତ ଭୋଜି କରୁଥିବା ଜଣାପଡ଼ିଥିଲା । ସେମାନଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି । ଚିତ୍ତଙ୍କୁ ବ୍ରହ୍ମଗିରିରୁ ଅପହରଣ କରି ପୁରୀରେ ହତ୍ୟା କରାଯାଇଥିବା ସନ୍ଦେହ ହେଉଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯାଉଥିଲା । ଭୋଜିରେ ସାମିଲ ଥିବା ଯୁବକମାନଙ୍କୁ ଜେରା କଲେ ପ୍ରକୃତ ରହସ୍ୟ ଫିଟି ବୋଲି ଚିତ୍ତଙ୍କ ପତ୍ନୀ କହିଥିଲେ । ଗଡ଼ମୃଗଶିରା-ଜମାରସୁଆଁ ନଦୀବନ୍ଧରେ ଚିତ୍ତଙ୍କ ବାଇକ, ମୋବାଇଲ, ସୁନାଚେନ୍, ଚପଲ ଆଦି ବିଛାଡ଼ି ହୋଇ ପଡ଼ିଥିଲା । ହତ୍ୟା ପୂର୍ବରୁ ଚିତ୍ତଙ୍କ ସହ ଅଭିଯୁକ୍ତମାନେ ଧସ୍ତାଧସ୍ତି ହେବା ସହ ଘଟଣାସ୍ଥଳରେ ରକ୍ତର ଛିଟା ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଅପହରଣ ପରେ ହତ୍ୟା କରି ଚିତ୍ତଙ୍କୁ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଥିଲା । ଏନେଇ ପୁରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରାଯାଇଥିଲା । ଉକ୍ତ ଟିମରେ ଏସଡିପିଓ, ସଦର ଥାନା ଇନ୍ସପେକ୍ଟର, ଫରେନସିକ୍ ଟିମ୍ ଓ ସନ୍ଧାନୀ କୁକୁରଙ୍କୁ ସାମିଲ କରାଯାଇଥିଲା ।

Get real time updates directly on you device, subscribe now.