fbpx

କ୍ରାଇମବ୍ରାଞ୍ଚ ହାତକୁ ଗଲା ଜମି ଜବରଦଖଲ ମାମଲା

ଖୋର୍ଦ୍ଧା, ୧୪ ।୧୦ (ଓଡିଶା ଭାସ୍କର): ଖୋର୍ଦ୍ଧା ସାରୁଅରେ ଓଟିଭିର ଜମି ଜବରଦଖଲ ଅଭିଯୋଗ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ କ୍ରାଇମବ୍ରାଞ୍ଚ ଏଡିଜିପିଙ୍କୁ ଚିଠି ଲେଖିଲା ରାଜସ୍ୱ ବିଭାଗ ।

ତେବେ ଖୋର୍ଦ୍ଧା ଜିଲ୍ଲାପାଳ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିସ କରିଥିଲେ । ରାଜସ୍ୱ ବିଭାଗକୁ ତଦନ୍ତ ପାଇଁ ଜିଲ୍ଲାପାଳ ସୁପାରିସ କରିଥିଲେ । ଜମି କିଣାବିକାରେ ଅନିୟମିତତା ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରି ଜମି କିଣାଯାଇଥିବା କୁହାଯାଇଛି । ଅନୁସୂଚିତ ଜାତିର ବ୍ୟକ୍ତି ଓରଟେଲର ପୂର୍ବତନ ଡ୍ରାଇଭର ରବୀନ୍ଦ୍ର ସେଠୀ ।

Get real time updates directly on you device, subscribe now.