fbpx

ଜମି ବିବାଦ ପାଇଁ ସମ୍ପର୍କରେ ଲାଗିଲା ରକ୍ତର ଛିଟା; ହତ୍ୟା ପରେ ନେଲେ ସେଲଫି

ନୂଆଦିଲ୍ଲୀ: ଟଙ୍କା ଓ ଜମି ପାଇଁ ସମ୍ପର୍କ ଭିତରେ ଅନେକ ସମସ୍ୟା ଦେଖାଯାଏ । ଜମି ପାଇଁ ଭାଇ ଭାଇ ଭିତରେ ବିବାଦ ମଧ୍ୟ ଦେଖାଯାଏ । ଆଉ ଏହି ବିବାଦ ବେଳେବେଳେ ଏତେ ଭୟଙ୍କର ହୋଇଯାଏ ଯେ, ଜଣେ ଅନ୍ୟଜଣର ପ୍ରାଣ ନେବାକୁ ମଧ୍ୟ ପଛାଏ ନାହିଁ । ତେବେ ଏଭଳି ଏକ ସମାନ ଘଟଣା ଝାଡ଼ଖଣ୍ଡରୁ ସାମ୍ନାକୁ ଆସିଛି । ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ଜଣେ ୨୦ ବର୍ଷୀୟ ଆଦିବାସୀ ବ୍ୟକ୍ତି ଜମି ବିବାଦ ପାଇଁ ଜଣେ ୨୪ ବର୍ଷୀୟ ସମ୍ପର୍କୀୟଙ୍କ ମୁଣ୍ଡ କାଟି ହତ୍ୟା କରିଛନ୍ତି । ଏହି ଘଟଣାରେ ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଅଭିଯୁକ୍ତର ସାଙ୍ଗମାନେ କଟାଯାଇଥିବା ମୁଣ୍ଡ ସହିତ ‘ସେଲଫି’ ନେଇଥିଲେ ।
ସୋମବାର ପୋଲିସ କହିଛି ଯେ ଏହି ଘଟଣା ମୁରୁହୁ ଅଞ୍ଚଳରେ ଘଟିଛି । ମୃତ ବ୍ୟକ୍ତିଙ୍କ ପିତା ଦାସାଇ ମୁଣ୍ଡାଙ୍କ ଅଭିଯୋଗକୁ ଆଧାର କରି ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୬ ଜଣଙ୍କୁ ରବିବାର ଦିନ ୨୦୨୨ ଡିସେମ୍ବର ୨ ରେ ଗିରଫ କରାଯାଇଛି ।

୫୫ ବର୍ଷିୟ ଦାସାଇ ମୁଣ୍ଡାଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅ କାନୁ ମୁଣ୍ଡା ଡିସେମ୍ବର ୧ ରେ ଘରେ ଏକୁଟିଆ ଥିଲେ । ସେହି ସମୟରେ ପରିବାରର ଅନ୍ୟ ସଦସ୍ୟମାନେ କ୍ଷେତରେ କାମ କରିବାକୁ ଯାଇଥିଲେ । ଦାସାଇ ମୁଣ୍ଡା ଘରକୁ ଫେରିବା ପରେ ଗ୍ରାମବାସୀଙ୍କ ଜରିଆରେ ଜାଣିବାକୁ ପାଇଥିଲେ ଯେ, ପୁତୁରା ସାଗର ମୁଣ୍ଡା ଏବଂ ତାଙ୍କ ସାଙ୍ଗମାନେ ତାଙ୍କ ପୁଅକୁ ଅପହରଣ କରି ନେଇଛନ୍ତି ।
ଏହି ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୁଣ୍ଟି ଉପ-ବିଭାଗୀୟ ପୋଲିସ ଅଧିକାରୀ (ଏସଡିପିଓ) ଅମିତ କୁମାରଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଗଠନ କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ଟିମ୍ କୁମାଙ୍ଗ ଗୋପଲା ଜଙ୍ଗଲରେ ମୃତ ଯୁବକଙ୍କ ଶରୀର ଉଦ୍ଧାର କରିବା ସହ ଦୁଲୱା ତୁୁଙ୍ଗ୍ରି ଠାରେ ମୃତକଙ୍କ ମୁଣ୍ଡକୁ ଜବତ କରିଥିଲା । ପୋଲିସ ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଅଭିଯୁକ୍ତମାନେ ମୁଣ୍ଡ କାଟି ସେଲଫି ନେଇଥିଲେ । ତେବେ ଏକ ଜମିକୁ ନେଇ ମୃତକଙ୍କ ପରିବାର ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା, ବିବାଦର ସମାଧାନ ପାଇଁ ଅନେକ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ସମାଧାନ ହୋଇପାରି ନଥିଲା ।

Get real time updates directly on you device, subscribe now.