fbpx

ଅର୍ଚ୍ଚନା ନାଗ ମାମଲାରେ ନୂଆ ମୋଡ: ଆଜିଠୁ ୭ ଦିନ ପାଇଁ ରିମାଣ୍ଡରେ ଗଲା ଲେଡି ବ୍ଲାକମେଲର

ଭୁବନେଶ୍ୱର: ହନୀଟ୍ରାପ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଧୀରେ ଧୀରେ ଗୁମର ଫିଟିବାର ଲାଗିଛି । ଇଡି ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ଏହି ମାମଲାରେ ଇଡି ପୂର୍ବରୁ ଅର୍ଚ୍ଚନାଙ୍କ ବାପା ମା ଭାଇଙ୍କୁ ଜେରା କରିଥିବା ବେଳେ ଅର୍ଚ୍ଚନାଙ୍କ ସହଯୋଗି ଜଗବନ୍ଧୁକୁ ମଧ୍ୟ ଇଡି ରିମାଣ୍ଡକୁ ନେଇଥିଲା । ତେବେ ବର୍ତ୍ତମାନ ଇଡି ଅର୍ଚ୍ଚନାକୁ ରିମାଣ୍ଡରେ ନେବା ସହ ଅନେକ କଥାର ଗୁମର ଖୋଲିବ । ଏନେଇ ଇଡି କୋର୍ଟରେ ଆବେଦନ କରିଥିବାବେଳେ ତାଙ୍କୁ ଆବେଦନକୁ ଜିଲ୍ଲା ଦୌରା ଜର୍ଜ ଅନୁମତି ଦେଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଜିଠାରୁ ୭ ଦିନ ପ୍ରର୍ଯ୍ୟନ୍ତ ଲେଡି ବ୍ଲାକମିଲର ଅର୍ଚ୍ଚନାକୁ ରିମାଣ୍ଡରେ ନେବ ଇଡି । ଫଳରେ ଅନେକ କଥାର ଗୁମର ଖୋଲିବ ବୋଲି ଆଶା କରାଯାଉଛି । ତେବେ ଇଡି ୧୫ ଦିନ ପାଇଁ ଅର୍ଚ୍ଚନା ନାଗକୁ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଥିବା ବେଳେ ତାଙ୍କୁ ୭ ଦିନ ପାଇଁ ମଞ୍ଜିରୀ ମିଳିଥାଲା । ଫଳରେ ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗକୁ ନେଇ ଇଡି ଜେରା କରିବ । ଏତତ୍ ବ୍ୟତୀତ ଆଜି ଆର୍କିଟେକ୍ଟର ରଞ୍ଜିତ ବେହେରା ମଧ୍ୟ ଇଡି ଅଫିସରେ ହାଜର ହୋଇ ପାରନ୍ତି ।

ଗତକାଲି ଅର୍ଚ୍ଚନା ନାଗକୁ କଡା ସୁରକ୍ଷା ବ୍ୟବସ୍ଥାରେ ଝାରପଡ଼ା ଜେଲରୁ ଭୁବନେଶ୍ୱର କୋର୍ଟକୁ ଅଣାଯାଇଥିଲା । ଏହାରି ମଧ୍ୟରେ ସେ ଗଣମାଧ୍ୟମକୁ ବଡ଼ ବୟାନ ଦେଇଥିଲେ । ଅର୍ଚ୍ଚନା କହିଥିଲେ ଯେ, ‘କୁଆଡେ ଗଲେ ସୋ-କଲଡ ଭିକ୍ଟିମ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା । ମୋତେ ଗିରଫ କଲ ଓ ମୋ ପରିବାରକୁ ନଜରବନ୍ଦୀ ରଖାଗଲା । ଶ୍ରଦ୍ଧାଞ୍ଜଳୀ କୁଆଡେ ଗଲା, କାହିଁକ ଆପଣମାନଙ୍କୁ ସାମ୍ନା କରୁନି ।’

ଏହା ସହ ଅକ୍ଷୟ ପରିଜାଠାରୁ କିଛି ନେଇନି ବୋଲି ସଫା ସଫା ମନା କରିଥିଲା ଅର୍ଚ୍ଚନା ନାଗ । କୋର୍ଟରେ ବାହାରୁଥିବା ବେଳେ ତାଙ୍କୁ ଅନେକ ପ୍ରଶ୍ନ ପଚାରାଯାଇଥିଲା । ଅକ୍ଷୟ ପରିଜାଙ୍କଠାରୁ କେତେ ଟଙ୍କା ନେଇଛ ବୋଲି ପଚାରିବାରୁ ସେ ମନା କରିବା ସହ ଏହି ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ ।

Get real time updates directly on you device, subscribe now.