fbpx
BSKY
BJD SHG SKY
BJD MC SKY

ଲିଙ୍ଗନିରୂପଣ, କନ୍ୟାଭୃଣ ହତ୍ୟା ଭଳି ଅପରାଧକୁ ସମ୍ପୂର୍ଣ୍ଣଭାବେ ମୂଳପୋଛ ହେବା ଦରକାର: ମୟୂରଭଞ୍ଜ ଜିଲ୍ଲାପାଳ

ମୟୁରଭଞ୍ଜ: ସରକାରଙ୍କର ଶିଶୁ ବିକାଶ ଯୋଜନା ମାନଙ୍କ ମଧ୍ୟରୁ କନ୍ୟା ସନ୍ତାନଙ୍କ ପାଇଁ ‘ବେଟି ବଚାଓ ବେଟି ପଢ଼ାଓ’ କାର୍ଯ୍ୟକ୍ରମ ଏକ ଅନ୍ୟତମ ନିଦର୍ଶନ । ଏଣୁ ଏହି ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ପ୍ରତି ଜିଲ୍ଲାରେ ଆରମ୍ଭ ହୋଇଛି ଆମ ଝିଅ ଆମ ସ୍ୱାଭିମାନ ଅଭିଯାନ । ତା ୨୫.୦୯.୨୦୨୩ ରିଖ ସୋମବାର ଦିନ ଉଦଳା ସ୍ଥିତ କପ୍ତିପଦା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଠାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଜନ୍ମିତ ସମସ୍ତ ନବଜାତ କନ୍ୟାମାନଙ୍କ ପରିବାରକୁ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ (ଭା. ପ୍ର. ସେ.), କପ୍ତିପଦା ଉପଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ବାରିକ (ଓ.ପ୍ର.ସେ. ବ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ, ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ, ଡଃ. ଲକ୍ଷ୍ମୀକାନ୍ତ ପତି, ଉଦଳା ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଦିବ୍ୟା ରତ୍ନା ଦାସଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ୍ ଭରଦ୍ୱାଜ, ଶ୍ରୀମତୀ ବିଶ୍ୱାଳ ଏବଂ ଉପଜିଲ୍ଲାପାଳ ଶ୍ରୀ ବାରିକ ନବଜାତ ଶିଶୁ କନ୍ୟା ମାନଙ୍କ ପରିବାର ସହିତ ସାକ୍ଷାତ କରି ସେମାନଙ୍କୁ ନିଜ ନବଜାତ ଶିଶୁ କନ୍ୟାମାନଙ୍କର ଉତ୍ତମ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ। ସେ ପୁଣି କହିଛନ୍ତି “ମୁଁ ଆଶାକରୁଛି ଏହି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣମାନଙ୍କୁ ଆମେ ଅଧିକରୁ ଅଧିକ ସଚେତନ କରାଇ ପରିବା ଏବଂ ଜନ ସଚେତନତା ମାଧ୍ୟମରେ ହିଁ ଆମେ ପୁଅ-ଝିଅ ମଧ୍ୟରେ ଥିବା ମାନସିକ ଲିଙ୍ଗଗତ ପାର୍ଥକ୍ୟକୁ ଆମେ ରୋକି ପରିବା । ଯେଉଁ କାମ ପୁଅମାନେ କରିପାରିବେ ସେ କାମ ଝିଅମାନେ ମଧ୍ୟ କରିପାରିବେ ଏବଂ ସମସ୍ତ ସ୍ତରରେ କରିପାରିବେ । ଏଣୁ ଏହି ବାର୍ତ୍ତା ସମସ୍ତଙ୍କୁ ଆମେ ଦେବା, ଯାହାଦ୍ୱାରା ଏହି ଲିଙ୍ଗଗତ ଭେଦଭାବ ସମ୍ପୂର୍ଣ୍ଣ ରୂପରେ ମୂଳପୋଛ ହୋଇଯିବ। ନାରୀ ଶିକ୍ଷା ଏବଂ ନାରୀ ସଶକ୍ତିକରଣ ଦ୍ୱାରା ହିଁ ଏହି ପାର୍ଥକ୍ୟ ଦୂରୀଭୁତ ହୋଇପାରିବ। ତେଣୁ ମୁଁ ସମସ୍ତଙ୍କୁ ଏହି ବାର୍ତ୍ତାକୁ ପ୍ରଚାର କରିବା ପାଇଁ ଇଚ୍ଛା ପ୍ରକାଶ କରୁଛି ଏବଂ ମୟୂରଭଞ୍ଜର ଉନ୍ନତିରେ ଝିଅ ମାନଙ୍କର ଯୋଗଦାନକୁ ତ୍ୱରାନ୍ୱିତ କରିବାକୁ ପଡିବ।”

ମୟୂରଭଞ୍ଜ ଜିଲ୍ଲାରେ ୧୦୦୦ ଶିଶୁ ପୁତ୍ରରେ ୮୫୬ କନ୍ୟା ଶିଶୁ ଜନ୍ମଲାଭ କରୁଛନ୍ତି ଏବଂ ଏହି ଅନୁପାତକୁ ତ୍ୱରାନ୍ୱିତ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ଏହା ସହିତ ଲିଙ୍ଗନିରୂପଣ ତଥା କନ୍ୟାଭୃଣ ହତ୍ୟା ଭଳି ଅପରାଧକୁ ସମ୍ପୂର୍ଣ୍ଣଭାବେ ମୂଳପୋଛ କରିବା ଦିଗରେ ଅଧିକରୁ ଅଧିକ ପ୍ରବର୍ତ୍ତନ ଆବଶ୍ୟକ ବୋଲି କହିଥିଲେ। ଗତ ୨୪ ଘଣ୍ଟା ମଧ୍ୟରେ କପ୍ତିପଦା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ୧୨ ଜଣ କନ୍ୟା ଶିଶୁ ଜନ୍ମଲାଭ କରିଛନ୍ତି ଏବଂ ସେହି ନବଜାତ ମାନଙ୍କ ମାଆ ତଥା ପରିବାରକୁ ମାନପତ୍ର ଏବଂ ଉପହାର ଦେଇ ସମ୍ମାନିତ କରା ଯାଇଥିଲା। କାର୍ଯ୍ୟକ୍ରମ ଶେଷରେ, ଚିକିତ୍ସାଳୟ ପରିଚାଳିକା, ଶ୍ରୀମତୀ ନିରୁପମା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଏହି ସମ୍ବର୍ଦ୍ଧନା ଉତ୍ସବକୁ ଆୟୋଜନ କରିଥିବା ଜିଲ୍ଲା ଶିଶୁ ସୁରକ୍ଷା ଏକକକୁ ଆହୁରି ସୁଫଳ କରିବାପାଇଁ ଆଶା ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ, ଉଦଳା ବିଜ୍ଞାପିତ ଅଂଚଳ ପରିଷଦର ନଗରପାଳ ଶ୍ରୀମତୀ ପ୍ରମିଳା ପଣ୍ଡା, ଏବଂ ଉପ ନଗରପାଳ ଶ୍ରୀମତୀ ଲିଲି ଭୋଳ ପ୍ରମୁଖ ଉପସ୍ଥିତ ଥିଲେ।

Get real time updates directly on you device, subscribe now.