fbpx
BSKY
BJD MC SKY
BJD YOUTH SKY

ସିଆରଓ ଫାର୍ମାଟ୍ରେଣ୍ଡଜ୍ ପ୍ରାଇଭେଟ୍ ଲିମିଟେଡର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର କ୍ଲିନିକାଲ ରିସର୍ଚ୍ଚ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସିଆରଓ ଫାର୍ମାଟ୍ରେଣ୍ଡଜ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହାର ପଞ୍ଚମ ବାର୍ଷିକୋତ୍ସବ ପିପୁଲ ପଦ୍ମଜା ହୋଟେଲ ଆଣ୍ଡ କନଭେନସନ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡା. ରବି ନାରାୟଣ ସାହୁ, ଡା. ଅରକ୍ଷିତ ସ୍ୱାଇଁ, ଡା. ଦେବଦର୍ଷି ରଥ, ଡା. ପ୍ରଶାନ୍ତ କୁମାର ପରିଡ଼ା ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ବିଶେଷ ଅତିଥି ଭାବେ ଓଲିଉଡ କମେଡ଼ିଆନ ପ୍ରଜ୍ଞାନ ରଞ୍ଜନ ଖଟୁଆ ଏଥିରେ ଯୋଗ ଦେଇଥିଲେ ।

କମ୍ପାନୀର ମୁଖ୍ୟ ଡଃ ସାଇପ୍ରସନ୍ନା ବେହେରା ଓ ପରାମର୍ଶଦାତା ସୁଦୀପ ପାତ୍ର ଡାକ୍ତରମାନଙ୍କୁ ସମ୍ମାନିତ କରିଥିଲେ । ଏଥିସହିତ ନୂତନ ଚିକିତ୍ସା ଓ ଉନ୍ନତ ମାନର ଔଷଧ ଉଦ୍ଭାବନ କ୍ଷେତ୍ରରେ ଡାକ୍ତର, ବୈଜ୍ଞାନିକ, ରିସର୍ଚ୍ଚ କୋର୍ଡିନେଡର, ଫାର୍ମାସିଷ୍ଟ, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ବିଷୟରେ କହିଥିଲେ । ଏଥିସହ କମ୍ପାନୀର ଅବଦାନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ଦିନରେ ପାଶ୍ଚାତ୍ୟ ଦେଶମାନଙ୍କ ଭଳି ଓଡ଼ିଶା ତଥା ଭାରତରେ ଏହାକୁ ପ୍ରସାର ନେଇ ପ୍ରଚେଷ୍ଟା ଜାରି ରହିବ ବୋଲି ସେ କହିଥିଲେ ।

ଏହି ପରିପ୍ରେକ୍ଷୀରେ ରିସର୍ଚ୍ଚରେ ଅଂଶଗ୍ରହଣ କରି ଉପକୃତ ହୋଇଥିବା ରୋଗୀମାନଙ୍କୁ ଡା. ଘନଶ୍ୟାମ ବିଶ୍ୱାସଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ କମ୍ପାନୀର କର୍ମକର୍ତ୍ତାମାନେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.