fbpx

ଡଙ୍ଗାରେ ବସିଥିବା ବ୍ୟକ୍ତି ଉପରକୁ ଆକ୍ରମଣ କଲା କୁମ୍ଭୀର, ଓଲଟି ପଡିଲା ଡଙ୍ଗା ଓ ତା’ ପରେ..

ଆଜିକାଲି ଉତ୍ତର କାରୋଲିନର ଏକ ଭିଡିଓ ବେଶ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସିଏନଏନ ରିପୋର୍ଟ ମୁତାବକ, ପିଟ୍ ଜୋଏସ ନାମକ ଜଣେ ବ୍ୟକ୍ତି ୱାକ୍କାମା ନଦୀରେ ଫସିଥିଲେ, ସେହି ସମୟରେ ଗୋଟିଏ କୁମ୍ଭୀର ତାଙ୍କ ଉପରକୁ ଆକ୍ରମଣ କରିଥିଲା । ସେ ୟୁଟ୍ୟୁବରେ ଏହି ଘଟଣାରେ ସମ୍ପୂର୍ଣ୍ଣ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ପଶୁମାନେ ବି ମୋତେ ବହୁ ଉଷ୍ମତାର ସହ ସ୍ୱାଗତ କଲେ ।

ପିଟ ଜୋଏସ ଭଗବାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, କୁମ୍ଭୀରଟି ଆକ୍ରମଣ କରିବା ମାତ୍ରେ ମୁଁ ନିକଟରେ ଥିବା ଗଛକୁ ଧରି ପକାଇଲି । ନଚେତ୍ ଡଙ୍ଗାଟି ସମ୍ପୂର୍ଣ୍ଣ ଓଲଟି ପଡିଥାନ୍ତ ଓ କୁମ୍ଭୀରର ଶିକାରରୁ ମୋତେ କେହି ରକ୍ଷା କରି ପାରନଥାନ୍ତେ । ଗଛକୁ ଧରିବା ପରେ ମୁଁ ସୁଯୋଗ ଦେଖି ଅନ୍ୟ ଦିଗକୁ ଚାଲିଆସିଲି । କିନ୍ତ କୁମ୍ଭୀରଟି ମୋତେ ବହୁ ସମୟ ଧରି ଅନୁସରଣ କରୁଥିଲା ବୋଲି ପିଟ ଜୋଏସ କହିଛନ୍ତି । ତେବେ ଆସନ୍ତୁ ଦେଖିବା ଏହାର ଭିଡିଓ..

Get real time updates directly on you device, subscribe now.