fbpx

ଲକ୍-ଡାଉନ୍ ମଧ୍ୟରେ ଚୀନର ପର୍ଯ୍ୟଟନ ସ୍ଥଳରେ ଭିଡ, ପୁନଃ କରୋନା ବ୍ୟାପିବାର ଆଶଙ୍କା

କରୋନା ଭାଇରସ୍ ଚୀନର ଉହାନ ସହରରୁ ବ୍ୟାପିବା ଆରମ୍ଭ କରି ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । ଚୀନରେ ଏହି ଭାଇରସର ପ୍ରଭାବ ହ୍ରାସ ପାଇଥିବା ବେଳେ ସମଗ୍ର ବିଶ୍ୱରେ ଏହା ଦ୍ରୁତ ଗତିରେ ବଢିଚାଲିଛି । ଏହି ମହାମାରୀ ବ୍ୟାପିବା ପରେ ବି ଲାଗୁଛି ଏଥିରୁ ଚୀନ୍ କିଛି ଶିଖିପାରିଲା ନାହିଁ ।

ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ବଡ ବଡ ସହରମାନଙ୍କରେ ଲୋକାମାନଙ୍କ ଭିଡକୁ ନେଇ ଚୀନର ସ୍ୱାସ୍ଥ୍ୟ ବିଭାଗ ଚେତାବନୀ ଦେଇଥିଲେ । ଅଧିକାରୀମାନେ କହିଥିଲେ ଯେ, କରୋନା ଭାଇରସରୁ ଆସିଥିବା ବିପଦ ଏପର୍ଯ୍ୟନ୍ତ କମିନାହିଁ । କିନ୍ତୁ ଲୋକ ମାନେ ଏହାକୁ ଖାତିର ନକରି ଏପ୍ରିଲ ୪ ଅର୍ଥାତ୍ ଶନିବାର ଦିନ ଚୀନର ଅନହୁଇ ପ୍ରଦେଶର ହୁଆଙ୍ଗଶାନ୍ ପର୍ବତ ଉପରେ ଥିବା ଏକ ପାର୍କରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇଥିଲେ, ଯେଉଁଥିପାଇଁ ସଂକ୍ରମଣ ପୁଣିଥରେ ବ୍ୟାପିବାର ଆଶଙ୍କା ରହିଛି । ବିଶ୍ୱର ଅଧିକାଂଶ ଦେଶ ଲକ୍-ଡାଉନ୍ ଥିବା ବେଳେ ଚୀନର ଏଭଳି ଦୃଶ୍ୟ ସମସ୍ତଙ୍କୁ ଚିନ୍ତିତ କରିଦେଉଛି ।

Get real time updates directly on you device, subscribe now.