fbpx

ଆସନ୍ତା ୯ରୁ ବାଧ୍ୟତାମୂଳକ ହେବ ମୁଖା ବ୍ୟବହାର

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ଦୃଷ୍ଟିରୁ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଘରୁ ବାହାରିବା ବେଳେ ମୁଖା ପିନ୍ଧିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ ୯ତାରିଖ ସକାଳ ୭ଟାରୁ ଏହି ନିୟମକୁ ବାଧ୍ୟତାମୂଳକ କରିବା ସହ ଓ କଡ଼ାକଡ଼ି ଭାବେ ପାଳନ କରାଯିବ । ସବୁ ଜିଲ୍ଲା ଓ ପୌର ପ୍ରଶାସନକୁ ନିୟମ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖା ନଥିଲେ ଦ୍ୱିସ୍ତରୀୟ ରୁମାଲ ବା କପଡ଼ା ବ୍ୟବହାର କରିହେବ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ କହିଛନ୍ତି ।
କରୋନା ନେଇ ଦିନକୁ ଦିନ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏହାସହ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.