fbpx

ହୃଦ୍‌ରୋଗ ସହ ଲଢ଼ିବା ପାଇଁ ସାଧାରଣ ଜନତାଙ୍କୁ ଦିଆଯିବ CPR ଟ୍ରେନିଙ୍ଗ,ରକ୍ଷା ପାଇପାରିବ ଲକ୍ଷାଧିକ ଜୀବନ

ଭୁବନେଶ୍ୱର:ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ସମୟରେ ସାରା ବିଶ୍ଵରେ ଘଟୁଥିବା ଅକାଳ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି ହୃଦ୍‌ରୋଗ । ଭାରତରେ ପ୍ରାୟ ୩୬ ପ୍ରତିଶତ ମୃତ୍ୟୁ ହୃଦ୍‌ରୋଗ ଜନିତ ହେଉଥିବା ବେଳେ ଓ ତନ୍ମଧ୍ୟରୁ ୮୦ ପ୍ରତିଶତ ଏହି ଭଳି ଯାହାକୁ ପ୍ରତିରୋଧ କରାଯାଇ ପାରିବ । ଆକଳନ ଅନୁସାରେ ଭାରତରେ ପ୍ରତି ବର୍ଷ ଲକ୍ଷରେ ୪୨୦୦ରୁ ଅଧିକ ଲୋକଙ୍କର ହୃଦ୍‌ଘାତ ହୋଇଥାଏ ଏବଂ ତନ୍ମଧ୍ୟରୁ ୧୦ ପ୍ରତିଶତରେ ବଞ୍ଚିବାର ଆଶା ଥାଏ । ଏହି ହୃଦ୍‌ଘାତ ଜନିତ ମୃତ୍ୟୁରୁ ଅଧିକାଂଶ Cardiopulmonary Resuscitation ବା CPR ଦ୍ବାରା ରୋକାଯାଇ ପାରିବ। ଆପଣ ଅନେକ ସମୟରେ ଭିଡ଼ିଓ ଦେଖିବେ ବହୁତ ସ୍ଥାନରେ ଟ୍ରାଫିକ ପୋଲିସ କିମ୍ବା ଅନ୍ୟ କେହି CPR ଦେଇ ଜୀବନ ବଞ୍ଚେଇ ଥିବେ ।

ତେବେ ଲୋକମାନଙ୍କ ମଧ୍ୟରେ ଯଦି ଏହି ଜ୍ଞାନ ଦିଆ ଯାଏ ତେବେ ଅକାରଣରେ ଯାଉଥିବା ଜୀବନ ରକ୍ଷା ପାଇପାରିବ ବୋଲି ଆଶା କରାଯାଉଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡିଶା ତଥା ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଏବଂ American Heart Association (AHA) ତଥା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ କେନ୍ଦ୍ର AIIMS ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ ଓଡିଶାରେ ୨୦୨୫ ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଏହି CPR ତାଲିମ ଦେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।

ତେବେ ଏହା ଦ୍ୱାରା ଏହି ଆକସ୍ମିକ ମୃତ୍ୟୁରୁ ଲକ୍ଷ ଲକ୍ଷ ଲୋକ ରକ୍ଷା ପାଇପାରିବେ ବୋଲି ସୂଚନାମିଳୁଛି।ଏହାର ପ୍ରାଥମିକ ପଦକ୍ଷେପ ସ୍ଵରୂପ ଏକ ଗଣ CPR ତାଲିମକାର୍ଯ୍ୟକ୍ରମ ୨ଫେବୃୟାରୀ ୨୦୨୩ ଦିନ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିଅମ୍‌ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୨୦୦୦ ସ୍ଵେଚ୍ଛାସେବୀ ତାଲିମ୍ ଗ୍ରହଣ କରିଛନ୍ତି । ତନ୍ମଧ୍ୟରୁ ପ୍ରାୟ ୧୦୦୦ ପୋଲିସ୍‌, ୬୦୦ ଯୁବକ କଲେଜ ଛାତ୍ରୀ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହୃଦ୍‌ଘାତ ଜନିତ ଆକସ୍ମିକ ମୃତ୍ୟୁ ମୁଖରେ ପଡୁଥିବା ଶହ ଶହ ବ୍ୟକ୍ତିଙ୍କୁ ଉଦ୍ଧାର କରିବା।

CRP ଦିଆଯାଏ କିପରି :
ଏହା ଅତି ସରଳ, କେବଳ ଦୁଇ ହାତ ଦ୍ବାରା ଛାତିକୁ ଆଘାତ ଦେବା ଦ୍ବାରା କରାଯାଇ ପାରିବ । ହୃଦ୍‌ଘାତ ହେବାର ସଙ୍ଗେ ସଙ୍ଗେଏହି ପ୍ରୟୋଗ ଯଦି ଠିକ୍ ଭାବରେ କରାଯାଏ, ତେବେ ରୋଗୀଟିର ଜୀବନ ରକ୍ଷା କରାଯାଇ ପାରିବ । ତେଣୁ ସମସ୍ତେ ଏହି ପ୍ରୟୋଗର ଶିକ୍ଷା ଲାଭ କରିବା ନିତାନ୍ତ ଜରୁରୀ ।

ଏହି କାର୍ଯ୍ୟକ୍ରମଟିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ସେ ଏହି ପରିପ୍ରେକ୍ଷୀରେ ଜୀବନ ବଞ୍ଚାଉଥିବା ଏହି CPR ତାଲିମ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରସଂଶା କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଦିଗରେ ପଦକ୍ଷେପ ନେଇଥିବା ଶ୍ରୀ ସତ୍ୟସାଇ ସେବା ସଂଗଠନ, ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ, American Heart Association ତଥାAIIMSରେ ଭୁୟସୀ ପ୍ରସଂଶା କରିଛନ୍ତି ।

ତେବେ ଏହି କାର୍ଯ୍ୟକ୍ରମରେ ଆମେରିକା ତଥା ଭାରତରୁ ଆସିଥିବା ବିଶିଷ୍ଟ ଡାକ୍ତର ବିଶେଷଜ୍ଞମାନେ ଏହି ଅବସରରେ ସେମାନଙ୍କର ଉପସ୍ଥାପନା ରଖିଥିଲେ। ଅଂଶଗ୍ରହଣ କରିଥିବା ପ୍ରତିଭାଗୀମାନେ ଏହି ତାଲିମ୍ ଶିବିରର ଆୟୋଜନ ଓ ଶୈଳୀକୁ ନେଇ ସେମାନଙ୍କର ସନ୍ତୋଷବ୍ୟକ୍ତ କରିଥିଲେ । ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡିଶାରେ ଅନେକ ଏହି ଭଳି ଲୋକ କଲ୍ୟାଣକର ପ୍ରକଳ୍ପ ହାତକୁ ନେଇ ସାରିଛନ୍ତି । ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ ଭଳି ଲୋକ ହିତକର କାର୍ଯ୍ୟରେ ଏହାର ଅବଦାନ ଅତୁଳନୀୟ । ୧୭ଟି ଗ୍ରାମରେ RO ପାନୀୟ ପ୍ରକଳ୍ପ, ୧୭ଟି ନିଜସ୍ଵ ବିଦ୍ୟାଳୟ, ୧୦୦୦ଟି ବାସହୀନଙ୍କ ପାଇଁ ବାସଗୃହ ଏସବୁ ମଧ୍ୟରେ ଅନ୍ୟତମ ।

Get real time updates directly on you device, subscribe now.