fbpx

ଅମିତ୍ ଶାହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ

ନୁଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର) : ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରି ଦେବାକୁ ମିଳିଛି ଧମକ । ତେବେ ଏନେଇ ଏକ ଧମକପୁର୍ଣ୍ଣ ଇମେଲ୍ ସିଆରପିଏଫ୍ ଙ୍କ ପାଖକୁ ଆସିଛି । ସେଥିରେ ଲେଖାହୋଇଛି ଯେ, ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରି ଦିଆଯିବ । ତେବେ ଏହି ମେଲ୍ ପରେ ସିଆରପିଏଫ୍ ର ତଦନ୍ତକାରୀ ଟିମ୍ ସତର୍କ ହୋଇଯାଇଛନ୍ତି ।

ସୁଚନାନୁସାରେ, ମଙ୍ଗଳବାର ସକାଳେ ଏହି ଧମକପୁର୍ଣ୍ଣ ମେଲ୍ ମୁମ୍ବାଇସ୍ଥିତ କେନ୍ଦ୍ରିୟ ରିଜର୍ଭ ପୋଲିସ୍ ର ମୁଖ୍ୟାଳୟକୁ ଆସିଛି । ସେଥିରେ ସ୍ପଷ୍ଟ ରୁପେ ଉଲ୍ଲେଖ ରହିିଛି ଯେ, ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦିଆଯିବ । କୌଣସି ଏକ ଧାର୍ମିକ ସ୍ଥଳରେ ସେମାନଙ୍କ ଉପରକୁ ହମଲା କରାଯିବ । ତେବେ ଖାଲି ଏବେ ନୁହେଁ ଦୁହିଁଙ୍କୁ ଆଗରୁ ମଧ୍ୟ ଏହିଭଳି ଧମକ ମିଳିସାରିଛି ।

ସୁଚନାଯୋଗ୍ୟ, ଗଣତନ୍ତ୍ରୀ ଦିବସ ଦିନ ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମତେ ବହୁ ବରିଷ୍ଠ ନେତାଙ୍କୁ ମାରି;ଦବାକୁ ଧମକ ମିଳିଥିଲା । ସେହିପରି ଚଳିତ ବର୍ଷ ଜାନୁଆରୀ ମାସରେ ଯୋଗୀ ଆଦିତ୍ୟନାଥଙ୍କ ପାଖୁ ୧୧୨ ନମ୍ବରରୁ ଧମକପୁର୍ଣ୍ଣ ମେସେଜ୍ ଆସିଥିଲା । ସେଥିରେ ଲେଖାଥିଲା ଯେ, ୨୪ ଘଣ୍ଟା ମଧ୍ୟରେ ଜୀବନରୁ ମାରିଦେବୁ, ଖୋଜିପାରିବ ଯଦି ଖୋଜ । ଏହି ମେସେଜ୍ ପରେ ପୋଲିସ୍ ଉକ୍ତ ଲୋକକୁ ଆଗ୍ରାରୁ ଗିରଫ କରିଥିଲା ।

Get real time updates directly on you device, subscribe now.