fbpx

୧୦୦ ଡଲାରରେ ପହଞ୍ଚିଲାଣି ଅଶୋଧିତ ତୈଳଦର, ଜାଣନ୍ତୁ ଆପଣଙ୍କ ସହରର ପେଟ୍ରୋଲ୍-ଡିଜେଲ୍ ର ନୂତନ ରେଟ୍

AAKASH

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ସଙ୍କଟ ଯୋଗୁଁ ଅଶୋଧିତ ତୈଳଦର ୧୦୦ ଡଲାରରେ ପହଞ୍ଚିଛି । ତେଣୁ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେବାର ସଙ୍କଟ ଦେଖାଦେଇଛି। ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ହେତୁ ବର୍ତ୍ତମାନ ଇନ୍ଧନ ମୂଲ୍ୟ ବୃଦ୍ଧି ହେଉନାହିଁ ବୋଲି ବିଶ୍ୱାସ କରାଯାଉଛି। କିନ୍ତୁ କିଛି ବଡ଼ ସହର ମାନଙ୍କରେ ତୈଳ ଦରରେ ପରିବର୍ତ୍ତନ ଆସିଛି ।

ସରକାରୀ ତୈଳ କମ୍ପାନୀ ଶୁକ୍ରବାର ଦିନ ଚେନ୍ନାଇ ସମେତ ଅନେକ ସହରର ତୈଳ ଦରରେ ପରିବର୍ତ୍ତନ ଆଣିଛନ୍ତି । ୟୁପିର ଲଖନଉରେ ପେଟ୍ରୋଲ୍-ଡିଜେଲ୍ ଦର ହ୍ରାସ ପାଇଥିବା ବେଳେ ନୋଏଡାରେ ଦର ବଢ଼ିଛି । ବର୍ତ୍ତମାନ ସମୟରେ ମୁମ୍ବାଇର ପେଟ୍ରୋଲ ଦର ସର୍ବାଧିକ ଲିଟର୍ ପିଛା ୧୧୦ ଟଙ୍କା ପାଖାପାଖି ପହଞ୍ଚିଛି । ଶୁକ୍ରବାର ଦିନ ଚେନ୍ନାଇରେ ୧୧ ପଇସା ମହଙ୍ଗା ହୋଇଥିଲା । ସେହିପରି ନୋଏଡ଼ାରେ ୧୩ ପଇସା ମହଙ୍ଗା ହୋଇଥିଲା ।

ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ । ନୂତନ ଦର ସକାଳ ୬ ଟାରୁ ଲାଗୁ ହୁଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟର ପ୍ରାୟ ଦୁଇଗୁଣ ହୋଇଯାଏ ।

ପେଟ୍ରୋଲ୍ ଡିଜେଲ ଦର ଆପଣ ମେସେଜ୍ ଜରିଆରେ ଜାଣିପାରିବେ । ଇଣ୍ଡିଆନ୍ ଅଏଲ୍ ର କଷ୍ଟମର୍ ଆରଏସପି ଲେଖି ୯୨୨୪୯୯୨୨୪୯ ନମ୍ବର ଏସଏମଏସ୍ କରନ୍ତୁ କିମ୍ବା ବିପିସିଏଲ୍ ଉପଭୋକ୍ତା ଆରଏସପି ଲେଖି ୯୨୨୩୧୧୨୨୨୨ ନମ୍ବରରେ ଏସଏମଏସ୍ ପଠାଇ ସୂଚନା ପାଇପାରିବେ ।

Get real time updates directly on you device, subscribe now.