fbpx
BJD
BJD SKY
BJD SKY

JEE Advance ପାଇଁ ୭୫ ପ୍ରତିଶତ ମାର୍କ ବ୍ୟବସ୍ଥା ହଟିଲା, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଚଳିତ ଥର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଭଲ ଘୋଷଣା ଆସିଛି । ଛାତ୍ରଛାତ୍ରୀଙ୍କର ବୋର୍ଡ ପରୀକ୍ଷାରେ ୭୫ ପ୍ରତିଶତ ମାର୍କ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି । ପୂର୍ବରୁ ଦ୍ୱାଦଶ ଶ୍ରେଣୀରେ ସର୍ବନିମ୍ନ ୭୫ ପ୍ରତିଶତ ମାର୍କକୁ ବାଧ୍ୟତାମୂଳକ କରାଯାଉଥିଲା । କୋଭିଡ-୧୯ କାରଣରୁ ଜଏଣ୍ଟ ଇମ୍ପ୍ଲିମେଣ୍ଟେସନ କମିଟି (ଜେଆଇସି) ପକ୍ଷରୁ ଏହି ମାର୍କ ଛାଡ଼ ବ୍ୟବସ୍ଥା ଲାଗୁ କରାଯାଇଛି । ଚଳିତ ଥର ଆଇଆଇଟିରେ ନାମାଙ୍କନ ପାଇଁ କେବଳ ଯୁକ୍ତ ଦୁଇ ପାସ ହେବା ଜରୁରୀ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜୁଲାଇ ମାସ ୩ ତାରିଖରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଗତବର୍ଷ ମଧ୍ୟ ଦ୍ୱାଦଶ ଶ୍ରେଣୀରେ ୭୫ ପ୍ରତିଶତ ମାର୍କ ବାଧ୍ୟତାମୂଳକ ନେଇ ନିୟମକୁ ହଟାଯାଇଥିଲା ।

Get real time updates directly on you device, subscribe now.