fbpx
BJD SKY
BJD SKY

ପୁଟିନଙ୍କ ଉପରେ ପ୍ରତିବନ୍ଧକ ଲଗାଇଲେ ୩୦ ଦେଶ, ଜବତ ହେବ ସମ୍ପତ୍ତି; ଯାତ୍ରା ବି କରିପାରିବେନି

BJD

ନୂଆଦିଲ୍ଲୀ: ଆଜି ଲଗାତର ତୃତୀୟ ଦିନ ମଧ୍ୟ ରୁଷ ସେନା ୟୁକ୍ରେନରେ ଗୁଳି ସହ ମିସାଇଲ୍ ଓ ରକେଟ୍ ବର୍ଷା କରିଛନ୍ତି । ୟୁକ୍ରେନର ଅନେକ ସହର ଛିନ୍ନଭିନ୍ନ ହୋଇଯାଇଛି । ଏହା ମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ୟୁରୋପୀୟ ଦେଶର ସଂଘ ଇୟୁ ପକ୍ଷରୁ ରୁଷ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଲଗାଇବାକୁ ଘୋଷଣା କରାଯାଇଛି । ଏହି ପ୍ରତିବନ୍ଧକ ନିଷ୍ପତ୍ତି ସପକ୍ଷରେ ଆମେରିକା ମଧ୍ୟ ଇୟୁ ସହିତ ରହିଛି ।

କୁହାଯାଇଛି ଯେ, ଆମେରିକା ସମେତ ମୋଟ ୩୦ ଟି ଦେଶ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ୍ ଓ ତାଙ୍କ ଉଚ୍ଚାଧୀକାରୀଙ୍କ ବିରୋଧରେ ଆସିଛନ୍ତି । ଏହି ପ୍ରତିବନ୍ଧ ପରେ ରୁଷ୍ କୁ ଭବିଷ୍ୟତରେ ଆର୍ଥିକ ଓ କୁଟନୈତିକ ସ୍ତରରେ ବଡ଼ ଧରଣର କ୍ଷତିର ସାମନାକୁ କରିବାକୁ ପଡ଼ିବ । ଆମେରିକାର ରାଜକୋଷ ବିଭାଗ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ପୁଟିନ୍ ଓ ରୁଷର ବୈଦେଶିକ ମନ୍ତ୍ରୀ ସର୍ଭେଇ ଲାଭରୋବଙ୍କ ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇବା ନେଇ ଘୋଷଣା କରିଛନ୍ତି । ଏହାପୂର୍ବରୁ ରୁଷର ସୁରକ୍ଷା ପରିଷଦର ୧୧ ଜଣ ସଦସ୍ୟ, ଶାସକ ନେତା ତଥା ସମ୍ଭ୍ରାନ୍ତ ବ୍ୟକ୍ତିଙ୍କୁ ବାରଣ କରାଯାଇଛି।

ଆମେରିକା ପକ୍ଷରୁ ପ୍ରତିବନ୍ଧକ ଘୋଷଣା ପରେ ଏଯାବତ୍ ପୁଟିନ ଏବଂ ରୁଷର ବ୍ୟବସାୟୀ ତଥା ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ବିରୋଧରେ ମୋଟ ୩୦ ଟି ଦେଶ କଟକଣା ଲାଗୁ କରିଛନ୍ତି । ୟୁରୋପୀୟ ୟୁନିଅନର (ଇୟୁ) ସମସ୍ତ ୨୭ ସଦସ୍ୟ ଦେଶ ଏଥିରେ ଅନ୍ତର୍ଭୁକ୍ତ – ଅଷ୍ଟ୍ରିଆ, ବେଲଜିୟମ, ସାଇପ୍ରସ୍, ଇଷ୍ଟୋନିଆ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ୍, ଆୟର୍ଲାଣ୍ଡ, ଇଟାଲୀ, ଲାଟଭିଆ, ଲିଥୁଆ, ଲକ୍ସେମବର୍ଗ, ମାଲ୍ଟା, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ, ସ୍ଲୋଭାକିଆ, ସ୍ଲୋଭେନିଆ, ସ୍ପେନ୍, ବୁଲଗେରିଆ, କ୍ରୋଏସିଆ, ଚେକ ରିପବ୍ଲିକ୍, ଡେନମାର୍କ, ହଙ୍ଗେରୀ, ପୋଲାଣ୍ଡ, ରୋମାନିଆ, ସ୍ୱିଡେନ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ବ୍ରିଟେନ ଏବଂ କାନାଡା ଆଉ ଦୁଇଟି ଦେଶ, ଯେଉଁମାନେ ରୁଷ ଏବଂ ପୁଟିନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଏହା ପୂର୍ବରୁ ନାଟୋରେ ସାମିଲ ଥିବା ଦେଶର ରାଜନେତାଙ୍କ ମଧ୍ୟରେ ହୋଇଥିବା ବୈଠକକୁ ସମ୍ବୋଧନ କରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଥିଲେ ଯେ, ଯୁଦ୍ଧ ପରେ ବୈଷୟିକ ବ୍ୟବସ୍ଥାକୁ ଫେରାଇ ଆଣିବାକୁ ହାତରୁ ଚାଲିଯାଇଥିବା ଜମି ଫେରିପାଇବା ପାଇଁ ଚଲାଯାଉଥିବା ଅଭିଯାନ ଉପରେ ରୁଷ ନେତାଙ୍କ ବିରୋଧରେ ବ୍ୟକ୍ତିଗତ ସ୍ତରରେ ରୋକ୍ ଲଗାଯିବ । ଏହା ବ୍ୟତୀତ ରୁଷକୁ ସିଫ୍ଟ ଦେୟ ମଞ୍ଚରୁ ତତ୍କାଳ ହଟାଇବା ପାଇଁ ଆହ୍ୱାନ ମଧ୍ୟ ଦେଇଛନ୍ତି । ଯାହାଫଳରେ ରୁଷକୁ କ୍ଷତି ପହଞ୍ଚା ଯାଇପାରିବ ।

Get real time updates directly on you device, subscribe now.