fbpx

ରାଜ୍ୟର ୪ ଜିଲ୍ଲା ଓ ରାଉରକେଲାରେ ଜାରି ହେଲା ଲକଡାଉନ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର, ୧୬ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସମ୍ମିଳନୀରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ର ମଧ୍ୟରାତ୍ରି ଯାଏଁ ୪ ଜିଲ୍ଳା ଓ ରାଉରକେଲା ଲକଡାଉନ ରହିବ । ୪ଜିଲ୍ଲା ହେଉଛି ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର , କଟକ । ଲକଡାଉନ ସମୟରେ ସମସ୍ତ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ । ଦୋକାନ, ବଜାର, ଅଫିସ, ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିବ ।

ତେବେ କେବଳ ନିର୍ଦ୍ଦିଷ୍ଟ ଅଫିସ ଓ ସେବା ବ୍ୟତୀତ ଅନ୍ୟ ଅଫିସ ସମ୍ପୂର୍ଣ୍ଣ ବନ୍ଦ ରହିବ । ଖୋଲା ରହୁଥିବା ଅଫିସ ଯଥା ସମ୍ଭବ କମ କର୍ମଚାରୀରେ ଚାଲିବ । ସକାଳ ୬ଟାରୁ ଦିନ ୧ଟା ଯାଏଁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ଗ୍ରୋସରି, ପରିବା, କ୍ଷୀର ଦୋକାନ ଖୋଲା ରହିବ । ଲକଡାଉନ ସମୟରେ ପୂର୍ବପରି ଅଣ୍ଡା, ମାଛ, ମାଂସର ହୋମ ଡେଲିଭରି କରାଯାଇପାରିବ । କୃଷି ଓ ମତ୍ସ୍ୟଚାଷୀ କାର୍ଯ୍ୟ ଲକଡାଉନ ସମୟରେ ଚାଲୁ ରହିବ । ଏହାସହ ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ । ଭୁବନେଶ୍ୱରକୁ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଆବଶ୍ୟକ ନଥିଲେ ଭୁବନେଶ୍ୱରକୁ ନଆସିବା ଭଲ ବୋଲି ସେ କହିଛନ୍ତି । ଔଷଧ ଦୋକାନ ଖୋଲିବା ପରେ କଟକଣା ନାହିଁ । ଘର ବାହାରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରଖିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.