fbpx

ଖଣିଜ ସମ୍ପଦ ଉନ୍ନତି ଦିଗରେ ସିଏସଆଇଆର-ଆଇଏମ୍ଏମ୍ଟିର ପ୍ରଚେଷ୍ଟା

ଭୁବନେଶ୍ୱର: ସିଏସଆଇଆର-ଆଇଏମ୍ଏମ୍ଟି ଭୁବନେଶ୍ୱରର ପରିସର ମଧ୍ୟରେ ବୈଷୟିକ ସଫଳତା ଏବଂ ନବସୃଜନପ୍ରଦର୍ଶନ ପାଇଁ ସିଏସଆଇଆର-ଆଇଏମ୍ଏମ୍ଟି ଏକ ବିସ୍ତାରିତ ଦେଶବ୍ୟାପୀ “ୱନ୍ ୱିକ୍ ୱନ୍ ଲ୍ୟାବ” ଅଭିଯାନ ର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ସିଏସଆଇଆର-ଆଇଏମ୍ଏମ୍ଟି ନିର୍ଦ୍ଦେଶକ ପ୍ରଫେସର ଡ ଏସ୍ ବାସୁ, ଓଡିଶା ଶିଳ୍ପ ବିଭାଗ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ଉପସ୍ଥିତରେ ସିଏସଆଇଆର ଡାଇରେକ୍ଟର ଜେନେରାଲ ଡ ଏନ୍. କାଲାଇସେଲ୍ଭି ଉଦ୍ଘାଟନ କରିଥିଲେ ।

ଡ ଏନ କାଲାଇସେଲଭି ସିଆରଟିଡିଏଚ ଏବଂ ଡିଜାଇନ୍ ଏବଂ ପ୍ରେଜେକ୍ଟ ଇଞ୍ଜିନିୟର ସ୍ଲରି ପାଇଲଟ୍ ପ୍ଳାନ୍ଟ ,ଉନ୍ନତ ସାମଗ୍ର ପ୍ରଯୁକ୍ତି ବିଭାଗ ଏବଂ ବର୍ଜ୍ୟବସ୍ତୁ ଉପଯୋଗ ଏବଂ ହାଇଡ୍ରୋ ଏବଂ ଇଲେକ୍ଟ୍ରୋମେଟାଳିର୍ଜି ବିଭାଗ ଏବଂ ସୀ ବେଡ୍ ମିନେରାଲ୍ ପାଇଲଟ୍ ପ୍ଲାନ୍ଟ ପରିଦର୍ଶନ କରିଥିଲୋ

ଏହି ଅବସରରେ ଡ ଏନ କାଲାଇସେଲଭି, ଡାଇରେକ୍ଟର ଜେନେରାଲ ସିଏସଆଇଆର କହିଛନ୍ତି, ସିଏସଆଇଆର-ଆଇଏମ୍ଏମ୍ଟି ପରିସରରେ ସମସ୍ତ ଲ୍ୟାବ ପରିଦର୍ଶନ କରି ଯାହା ସବୁ ମୁଁ ଦେଖିଲି ତାହା ମୋର କଳ୍ପନା ବାହାରେ । ମୁଁ ଆଶା ଥିଲି କି ଏଠାରେ କେବଳ ଖଣିଜ ପଦାର୍ଥ ଏବଂ ଧାତୁ ସଂପର୍କିତ ବିଭାଗ ସମ୍ବନ୍ଧରେ ଦେଖିବାକୁ ମିଳିବ କିନ୍ତୁ ଏଠାରେ ଅନେକ ଔଷଧିୟ ଜାତୀୟ ମୂଲ୍ୟବାନ ଜିନିଷ ମାନ ଦେଖିବାକୁ ପାଇଛି । ସିଏସଆଇଆର “ୱନ୍ ୱିକ୍ ୱନ୍ ଲ୍ୟାବ”କ୍ୟାମ୍ପେନ୍ ଶୁଭାରମ୍ଭ କରି ଆମେ ବହୁତ ଖୁସି, ଏହା ହେଉଛି ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ ଷ୍ଟାର୍ଟ ଅପ୍ ଉଦ୍ୟୋଗ ପାଇଁ ସୁଯୋଗ ପାଇଁ ସୃଷ୍ଟି କରିବାର ଏକ ଅଭିଯାନ ।

ଏହି ଅବସର ଓଡିଶା ଶିଳ୍ପ ବିଭାଗ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି, ଓଡିଶା ହେଉଛି ଖଣିଜ ପଦାର୍ଥର ପ୍ରମୁଖ ସ୍ଥାନ । ଓଡିଶା ସରକାରଙ୍କ ଖଣିଜ ପଦାର୍ଥ ସଂପର୍କିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ସିଏସଆଇଆର-ଆଇଏମ୍ଏମ୍ଟି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଜ୍ୟ ସରକାରଙ୍କ ତରଫରୁ ସିଏସଆଇଆର-ଆଇଏମ୍ଏମ୍ଟି କୁ ସମସ୍ତ ସମର୍ଥନ ପ୍ରଦାନ କରିବାକୁ ପ୍ରତିଶୃତି ଦେଉଛି ।

ସିଏସଆଇଆର-ଆଇଏମ୍ଏମ୍ଟି ନିର୍ଦ୍ଦେଶକ ପ୍ରଫେସର ଡ ଏସ୍ ବାସୁ କହିଛନ୍ତି, ଡ ଏନ କାଲାଇସେଲଭି ସିଏସଆଇଆର ଡିଜି ହେବା ପରେ ପ୍ରଥମ ଥର ପାଇଁ ସିଏସ୍ଆଇଆର ଆଇଏମ୍ଏମ୍ଟି ସମସ୍ତ ଲ୍ୟାବ ପରିଦର୍ଶନ କରିଥିଲେ । ତାଙ୍କ ତତ୍ୱାବଧାନରେ ଆମେ “ୱନ୍ ୱିକ୍ ୱନ୍ ଲ୍ୟାବ”କ୍ୟାମ୍ପେନ୍ ଶୁଭାରମ୍ଭ କରିଥିଲୁ । ଏହି ଅବସରରେ ଆଇଏମ୍ଏମ୍ଟି ଭୁବନେଶ୍ୱର ଭିସିଏମ୍ ଏବଂ ଆନ୍ଧ୍ରପ୍ରଦେଶର ଏପିଏମ୍ଡି ଏବଂ ଭିସିଏମ୍ଡି ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହୋଇଥିଲା ।

Get real time updates directly on you device, subscribe now.