Video: ଆଇପିଏଲ୍ ଫାଇନାଲ ଉତ୍କଣ୍ଠା: ବର୍ଷା ପାଇଁ ଷ୍ଟେସନ୍‌ରେ ଶୋଇଲେ ସିଏସ୍‌କେ ପ୍ରଶଂସକ

News across the Earth, news close to your heart, Read Odisha Bhaskar English

ଅହମଦାବାଦ: ରବିବାର ହେବାକୁ ଥିବା ଅଇପିଏଲ୍ ଫାଇନାଲ ମ୍ୟାଚ୍ ବର୍ଷା କାରଣରୁ ଋଦ୍ଧ ହୋଇଥିଲା। ରିଜର୍ଭ ଡେ’ ସୋମବାର (ମେ ୨୯ ତାରିଖ)ରେ ଫାଇନାଲ ଖେଳାଯିବ। ତେବେ ରବିବାର ଖେଳ ନହେବା କାରଣରୁ ଫାଇନାଲ ମ୍ୟାଚ୍ ଦେଖିବାକୁ ଆସିଥିବା ଦର୍ଶକମାନେ ବର୍ଷାକୁ ଖାତିର ନକରି ଅନେକ ସମୟ ଅପେକ୍ଷା କରି ରହିଥିଲେ। କିନ୍ତୁ ମ୍ୟାଚ୍ ଋଦ୍ଧ ହେବା କାରଣରୁ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା।

ତେବେ ଦୁର ଦୁରାନ୍ତରୁ ଆସିଥିବା ଦର୍ଶକମାନେ ଘରକୁ ଫେରିବା ବଦଳରେ କିଛି ହୋଟେଲ୍‌ରେ ରହିଯାଇଥିବା ବେଳେ ଅନେକ ରେଳ ଷ୍ଟେସନ୍ ଏବଂ ଆଉ କିଛି ଷ୍ଟାଡିୟମ ନିକଟରେ ଆଶ୍ରୟ ନେଇଥିଲେ । ଏବେ ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପ୍ରଶଂସକମାନେ ଆଶା କରୁଛନ୍ତି କି ଏମ୍‌ଏସ୍‌. ଧୋନୀଙ୍କ ଏହା ଶେଷ ମ୍ୟାଚ୍ ହୋଇପାରେ। ଏଥିପାଇଁ ଧୋନୀଙ୍କ ପ୍ରଶଂସକମାନେ ବିପୁଳ ମାତ୍ରାରେ ରବିବାର ଉପସ୍ଥିତ ରହି ଫାଇନାଲ ମ୍ୟାଚ୍ ଉପଭୋଗ କରିବାକୁ ଚାହୁଁଥିଲେ। କିନ୍ତୁ ବର୍ଷା ସେମାନଙ୍କ ଆଶାରେ ପାଣି ଭରି ଦେଇଥିଲା, ଆଉ ସେମାନଙ୍କୁ ଷ୍ଟେସନରେ ଶୋଇବାକୁ ପଡ଼ିଛି।

ସେହିଭଳି ଅନ୍ୟ ଏକ ଫଟୋ ମଧ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ କିଛି ପ୍ରଶଂସକ ବର୍ଷାରୁ ବର୍ତ୍ତିବା ପାଇଁ ବିରାଟ କୋହଲିଙ୍କ ଫଟୋ ଥିବା ଏକ ବୋର୍ଡ ଧରିଧାଡ଼ି ଯାଉଛନ୍ତି। ଏହି ଫଟୋ ମଧ୍ୟ ଖୁବ୍ ଭାଇରାଲ ହେଉଛି।

Get real time updates directly on you device, subscribe now.