fbpx

କିଏ ଏହି ଛଦ୍ମବେଶୀ ରାମଦେବ? ଜାଣନ୍ତୁ ରହସ୍ୟ

ନୂଆଦିଲ୍ଲୀ:ଶୀର୍ଷକଟି ପଢି ଆପଣ ଭାବିବେ ବାବା ରାମଦେବଙ୍କର କଣ ମୁଣ୍ଡ ଖରାପ ହୋଇଗଲା ନା ତାଙ୍କର ପରିବର୍ତ୍ତନ ଘଟିଲା । କିନ୍ତୁ ପ୍ରକୃତ ଘଟଣାଟିକୁ ଜାଣିଲେ ଆପଣ ନ ହସି ରହିପାରିବେ ନାହିଁ । ସାଉଥ୍ ସୁପରଷ୍ଟାର ଧନୁଷ ନିଜ ଟ୍ରାନ୍ସଫର୍ମେସନ କାରଣରୁ ବାବା ରାମଦେବଙ୍କ ପରି ଲୋକଙ୍କୁୁ ନଜର ଆସିଥିଲେ । ଅଭିନେତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଯେଉଁ ରୂପରେ ସ୍ପଟ୍ କରାଯାଇଛି ତାହା ଲୋକଙ୍କ ଆଖିକୁ ଧୋକ୍କା ଦେଇଛି । ସମସ୍ତେ ତାଙ୍କୁ ଟି’ ସାର୍ଟରେ ବାବା ରାମଦେବ ବୋଲି ଭାବିଛନ୍ତି । ଲମ୍ବା କେଶ ସାଙ୍ଗକୁ ନିଶ, ଦାଢିରେ ସେ ପୁରା ବାବା ରାମଦେବ ଷ୍ଟାଇଲ୍ କ୍ୟାରି କରିଛନ୍ତି ।

ଭାଇରାଲ୍ ହେଉଥିବା ତାଙ୍କର ଏହି ଭିଡିଓରେ ସେ ନିଜ ଗାଡି ଆଡକୁ ଯାଉଥିବାର ଦେଖାଯାଉଛନ୍ତି । ବ୍ଲାକ୍ ସନଗ୍ଲାସ ତାଙ୍କ ରଫ୍ ଆଣ୍ଡ ଟଫ୍ ଲୁକ୍୍କୁ ହାଇ ଲାଇଟ୍ କରିଛି । ପର୍ପଲ ଟି’ ସାର୍ଟ ଓ ଗ୍ରେ ପ୍ୟାଣ୍ଟରେ ଧନୁଷ ଯେପରି ଦେଖାଯାଉଛନ୍ତି ତାଙ୍କୁ ଚିହ୍ନିବାରେ ଫ୍ୟାନ୍ସ ପୁଣି ଧୋକ୍କା ଖାଇ ଯାଇଛନ୍ତି । ଏୟାରପୋର୍ଟରୁ ତାଙ୍କ ଫଟୋ ଭାଇରାଲ୍ ହେବା ପରେ ଫ୍ୟାନ୍ସଙ୍କ ମଜାଦାର କମେଣ୍ଟସ୍ ମିଳିବାରେ ଲାଗିଛି ।

ଜଣେ ୟୁଜର ଲେଖିଛନ୍ତି କ’ଣ ବାବା ରାମଦେବଙ୍କ ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି କି? ଅନ୍ୟ ଜଣେ ଲେଖିଛନ୍ତି ବାବା ରାମଦେବ ଟି’ ସାର୍ଟ ପ୍ୟାଣ୍ଟରେ କେମିତି? ତେବେ ଧନୁଷଙ୍କ ଏହି ଲୁକ୍ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଛି । ୟୁଜର୍ସ ତାଙ୍କୁ ରାଉଡି ଆନ୍ନା କହି ସମ୍ବୋଧନ କରିଛନ୍ତି । ତେବେ ଧନୁଷ ତାଙ୍କର ଏହି ନୂଆ ଲୁକ୍ ନିଜ ଆଗାମୀ ଫିଲ୍ମ ଲାଗି ନେଇଛନ୍ତି । ଧନୁଷ ଏବେ ଫିଲ୍ମ କ୍ୟାପଟେନ୍ ମିଲରର ଶୁଟିଂରେ ବିଜି ଅଛନ୍ତି । ଏହି ଫିଲ୍ମ ଲାଗି ଧନୁଷ ଏପରି ଲୁକ୍ ଆପଣାଇଛନ୍ତି । ତେବେ ଫ୍ୟାନ୍ସଙ୍କୁ ଏବେ ଧନୁଷଙ୍କ ଏହି ଫିଲ୍ମର ଅପେକ୍ଷା ରହିଛି ।

Get real time updates directly on you device, subscribe now.