fbpx

ଟପ୍ ରେ ରହିଛି CSK; IPLର ପଞ୍ଚମ ସପ୍ତାହରେ ବି ଚେନ୍ନାଇ ଶୀର୍ଷରେ: ସବୁ ଟିମ୍ ପଡିଲା ପଛରେ

ମୁମ୍ବାଇ: ଚଳିତ ଆଇପିଏଲ ସିଜନର ୪୯ତମ ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗସ । ମୁମ୍ବାଇର ୧୪୦ରନର ଛୋଟ ଲକ୍ଷ୍ୟକୁ ହାସଲ କରି ୬ ୱିକେଟରେ ବିଜୟୀ ହୋଇଛି ସିଏସକେ । ଏହି ବିଜୟ ସହିତ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ଧୋନୀବାହିନୀ । କିନ୍ତୁ ଆଉ ଏକ ତାଲିକାରେ ଏହି ଦଳ ଲଗାତାର ଶୀର୍ଷରେ ରହିଆସୁଛି । ଆଇପିଏଲ ଟୁର୍ଣ୍ଣାମେଣ୍ଟ ଏବେ ପଞ୍ଚମ ସପ୍ତାହରେ ପହଞ୍ଚିଥିଲେ ବି ଚେନ୍ନାଇର ଏହି ସ୍ଥାନକୁ କେହି ଛଡାଇ ନେଇପାରି ନାହାନ୍ତି ।

ଆଇପିଏଲ-୨୦୨୩ରେ ସମସ୍ତ ଦଳକୁ ନେଇ ହୋଇଥିବା ଏକ ସର୍ଭେରେ ଟପ୍ କରୁଛି ଚେନ୍ନାଇ ସୁପର କିଙ୍ଗସ । ଏକ ସଂସ୍ଥା ପକ୍ଷରୁ ଚଳିତ ସିଜନର ସବୁଠାରୁ ପପୁଲାର ଟିମ କିଏ ବୋଲି ଏକ ସର୍ଭେ କରାଯାଉଛି । ତେବେ ବର୍ତ୍ତମାନ ଏହି ସର୍ଭେର ରିପୋର୍ଟ ଆସିଛି । ଯେଉଁଥିରେ ସବୁଠାରୁ ପପୁଲାର ଆଇପିଏଲ ଫ୍ରାଞ୍ଚାଇଜି ପାଲଟିଛି ଚେନ୍ନାଇ ସୁପର କିଙ୍ଗସ । ଟୁର୍ଣ୍ଣାମେଣ୍ଟର ସମସ୍ତ ଟିମକୁ ପଛରେ ପକାଇ ଖୁବ ଆଗରେ ରହିଛି ମାହି ବ୍ରିଗେଡ୍ । ଦେଶରେ କ୍ୟାପଟେନ୍ କୁଲଙ୍କ କ୍ରେଜ ଏବଂ ଦଳର ଲୋକପ୍ରିୟତା ଧୋନୀବାହିନୀକୁ ଏହି ତାଲିକାର ଶୀର୍ଷ ସ୍ଥାନରେ ବଜାୟ ରଖିଛି । ପ୍ରତି ସପ୍ତାହରେ ହେଉଥିବା ଏହି ସର୍ଭେରେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ୟାପଟେନ କୁଲ ଏବଂ ତାଙ୍କ ଟିମର ଦବଦବା ଦେଖିବାକୁ ମିଳିଛି । ତେବେ ଏହାର ମୁଖ୍ୟ କାରଣ ହେଉଛନ୍ତି ଦଳର ଅଧିନାୟକ ଏମ.ଏସ ଧୋନୀ ।

ପୂର୍ବରୁ ହୋଇଥିବା ୪ଟି ଯାକ ସର୍ଭେରେ ମଧ୍ୟ ମାହିଙ୍କର ସୁପର କିଙ୍ଗସ ଏହି ତାଲିକାର ଟପ୍ ରେ ରାଜ୍ କରୁଥିଲେ । ଏହାସହିତ କ୍ୟାପଟେନ୍ କୁଲ ମାହି ମଧ୍ୟ ସବୁଠାରୁ ପପୁଲାର ଖେଳାଳି ଭାବରେ ଏହି ସିଜନରେ ରାଜ୍ କରୁଛନ୍ତି । ଆଇପିଏଲ ଆରମ୍ଭରୁ ପଞ୍ଚମ ସପ୍ତାହ ପର୍ଯ୍ୟନ୍ତ ଏହି ତାଲିକାର ଶୀର୍ଷରେ ନିଜ ସ୍ଥାନ ବଜାୟ ରଖିଛନ୍ତି ଧୋନୀ । ମାହିଙ୍କ ପାଇଁ ଲୋକମାନଙ୍କର ଭଲପାଇବା ଆଜି ଧୋନୀଙ୍କୁ ଏହି ଉପଲବ୍ଧି ଦେଇଛି । ତେବେ ଧୋନୀଙ୍କ ସିଏସକେ ପରେ ତାଲିକାର ଦ୍ୱିତୀୟ ସ୍ଥାନରେ ଆରସିବି ଏବଂ ତୃତୀୟରେ ମୁମ୍ବାଇ ଇଣ୍ଡିଆନ୍ସ ରହିଛି । ଏହାପରେ ଗୁଜୁରାଟ ଏବଂ କୋଲକାତା ନାଇଟ ରାଇଡର୍ସ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ହାସଲ କରିଛନ୍ତି ।

Get real time updates directly on you device, subscribe now.