fbpx

ଡୁପ୍ଲେସିସଙ୍କ ପରେ ଚମକିଲେ ଶାର୍ଦ୍ଦୁଲ ଓ ଜାଡେଜା: CSKକୁ ୪ର୍ଥ ଆଇପିଏଲ ଟ୍ରଫି

ନୂଆଦିଲ୍ଳୀ: ନବମ ଆଇପିଏଲ ଫାଇନାଲରେ ଚତୁର୍ଥ ଟାଇଟଲ ହାସଲରେ ସମର୍ଥ ହୋଇଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ଅଧିନାୟକ ଭାବରେ ନିଜର ୩୦୦ତମ ମ୍ୟାଚ ଖେଳୁଥିବା ଧୋନୀଙ୍କ ସିଏସକେ ଏହି ମ୍ୟାଚକୁ ୨୭ ରନରେ ଜିତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୯୨ ରନର ବିଶାଳ ସ୍କୋର କରିଥିବା ବେଳେ କୋଲକାତା ୧୬୪ ରନରେ ସୀମିତ ରହିଥିଲା । ୧୯୩ ରନ ଲକ୍ଷ୍ୟର ପିଛା କରୁଥିବା କେକେଆର ପକ୍ଷରୁ ଦୁଇ ଓପ୍ନର ଧୂଆଁଧାର ପ୍ରାରମ୍ଭ କରିଥିଲେ । ଦୁଇ ଓପ୍ନର ଅର୍ଦ୍ଧଶତକ ହାସଲ କରିବା ସହିତ ଚେନ୍ନାଇ ହାତରୁ ମ୍ୟାଚ ଛଡାଇ ନେବାର ପ୍ରୟାସ କରିଥିଲେ । ପ୍ରଥମ ୱିକେଟରେ ୯୧ ରନ ସଂଗ୍ରହ କରିବା ପରେ ଭେଙ୍କଟେଶ ଆୟର ୫୦ ରନ କରି ଆଉଟ ହୋଇଥିଲେ । ୩୨ ବଲର ଏହି ଇନିଂସରେ ୫ଟି ଚୌକା ଓ ୩ଟି ଛକା ସାମିଲ ରହିଥିଲା । ଅନ୍ୟତମ ଓପ୍ନର ଶୁବମନ ଗିଲ୍ ୪୩ ବଲରୁ ୬ ଚୌକା ସହିତ ୫୧ ରନ କରିଥିଲେ । ମଧ୍ୟକ୍ରମରେ ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ନ ପାରିବାରୁ ଦଳ ପରାଜିତ ହୋଇଥିଲା । ଶେଷ ଆଡକୁ ଶିବମ ମାଭି (୧୩ ବଲ୍ ୨୦) ଓ ଲୋକି ଫର୍ଗୁସନ (୧୧ ବଲ୍ ୧୮) କେବଳ ପରାଜୟ ବ୍ୟବଧାନ କମ କରିଥିଲା । ଶାର୍ଦ୍ଦୁଲ ଠାକୁର ୩୮ ରନରେ ୩ଟି ୱିକେଟ ନେଇଥିବା ବେଳେ ଜାଡେଜା ଓ ହେଜେଲଉଡ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ସିଏସକେ ପକ୍ଷରୁ ଦୁଇ ଓପ୍ନର ପ୍ରଥମ ୱିକେଟରେ ୬୧ ରନ ଯୋଡିଥିଲେ । ଋତୁରାଜ ଗାଏକ୍ୱାଡ୨୭ ବଲରୁ ୩୨ ଗରନ କରି ସୁନୀଲ ନାରିନଙ୍କ ଶିକାର ହୋଇଥିଲେ । ଗାଏକ୍ୱାଡଙ୍କ ଇନିଂସରେ ୩ ଚୌକା ଓ ୧ ଛକା ସାମିଲ ଥିଲା । ପ୍ରଥମ ଡାଉନ ଆସିଥିବା ଉତ୍ଥପ୍ପା ମଧ୍ୟ ଏକ ଚମକ୍ରାର ଇନିଂସ ଖେଳିଥିଲେ । ୧୫ ବଲ ଖେଳି ୩ ଛକା ସହିତ ୩୧ ରନ କରି ନାରିନଙ୍କ ଶିକାର ହୋଇଥିଲେ ଉତ୍ଥପ୍ପା । ଶେଷ ବଲରେ ଆଉଟ ହେବା ପୂର୍ବରୁ ଡୁପ୍ଲେସିସ ୫୯ ବଳରୁ ୮୬ ରନ ସଂଗ୍ରହ କରିଥିଲେ । ନିଜ ଅଭିଜ୍ଞତାର ସମ୍ପୂର୍ଣ୍ଣ ଫାଇଦା ଉଠାଇବା ସହିତ ୭ଟି ଚୌକା ଓ ୩ଟି ଛକା ମାରି ଶେଷ ବଲରେ ଆଉଟ ହୋଇଥିଲେ ଡୁପ୍ଲେସିସ୍ । ଶେଷ ଆଡକୁ ମୋଇନ ଅଲୀ ୩୭ଙ୍କ ସହିତ ଡୁପ୍ଲେସିସ ୬୮ ରନ ଯୋଡିଥିଲେ । ୪ ଓଭରରେ ୫୬ ରନ ବ୍ୟୟ କରି ଲୋକି ଫର୍ଗୁସନ ମହଙ୍ଗା ସାବ୍ୟସ୍ତ ହୋଇଥିବା ବେଳେ ନାରିନ ୨୬ ରନରେ ୨ଟି ଏବଂ ମାଭି ୩୨ ରନରେ ଗୋଟିଏ ୱିକେଟ ନେଇଥିଲେ ।

Get real time updates directly on you device, subscribe now.