fbpx

ଜିତିଲେ ଧୋନୀ, ହାରିଲେ ରୋହିତ: ମୁମ୍ବାଇକୁ ୭ ୱିକେଟରେ ହରାଇଲା ଚେନ୍ନାଇ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଆଜିର ଦ୍ୱିତୀୟ ମ୍ୟାଚରେ ହେଭି ଟକ୍କର ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଥିଲେ ମିଷ୍ଟର କୁଲ ଏମ.ଏସ ଧୋନୀ ଓ ଅନ୍ୟପଟେ ଥିଲେ ହିଟ୍ ମ୍ୟାନ ରୋହିତ ଶର୍ମା । ଆଜିର ମ୍ୟାଚ ଏକ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚଠାରୁ କୌଣସି କ୍ଷେତ୍ରରେ କମ୍ ନଥିଲା । ଶେଷରେ ଫଳାଫଳ ସାମ୍ନାକୁ ଆସିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗସ ।

ଚେନ୍ନାଇ ଅଧିନାୟକ ଧୋନୀ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ମୁମ୍ବାଇ ବ୍ୟାଟିଂ ଆରମ୍ଭ କରିଥିଲା । ଦଳ ମାତ୍ର ୩୮ ରନରେ ଅଧିନାୟକ ରୋହିତଙ୍କ ୱିକେଟ ହରାଇଥିଲା । ଏହାପରେ ଦଳର କୌଣସି ବ୍ୟାଟ୍ସମ୍ୟାନ ବେଶି ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ଦଳ ପକ୍ଷରୁ ଇଶାନ କିଷାନ ସର୍ବାଧିକ ୩୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୭ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଚେନ୍ନାଇ ପକ୍ଷରୁ ରବିନ୍ଦ୍ର ଜାଡ଼େଜା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।

୧୫୮ ରନର ଟାର୍ଗେଟକୁ ପିଛା କରି ଚେନ୍ନାଇ ପ୍ରଥମରୁ ରକ୍ଷଣଶୀଳ ଭାବେ ବ୍ୟାଟିଂ ଆରମ୍ଭ କରିଥିଲା । କୌଣସି ରନ୍ ସଂଗ୍ରହ କରିବା ପୂର୍ବରୁ ଓପନର ଦେଭନ କନୱେ ଆଉଟ୍ ହୋଇଥିଲେ । ଚେନ୍ନାଇକୁ ପ୍ରାରମ୍ଭିକ ଝଟକା ଲାଗିଥିଲେ ହେଁ ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ ଦଳୀୟ ସ୍କୋରକୁ ଆଗେଇ ନେବାରେ ସହାୟକ ହୋଇଥିଲେ । ଦଳ ୧୮.୧ ଓଭରରେ ମାତ୍ର ୩ ୱିକେଟ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୧ ରନ୍ ହାସଲ କରିଥିଲେ । ମୁମ୍ବାଇର ବୋଲରମାନେ ଚେନ୍ନାଇର ୱିକେଟ ନେବାରେ ଅକ୍ଷମ ହୋଇଥିଲେ । ଆଜିର ମ୍ୟାଚରେ ଚେନ୍ନାଇ ଉଭୟ ବ୍ୟାଟିଂ ଓ ବୋଲିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା ।

Get real time updates directly on you device, subscribe now.