fbpx

ସ୍ମରଣ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ କାକୁଡ଼ି : ସର୍ଭେ

ଶରୀର ପାଇଁ ଫଳମୂଳ କେତେ ଉପକାରୀ, ତାହା କହିବା ଅନାବଶ୍ୟକ। ତନ୍ମଧ୍ୟରୁ ଜଳୀୟ ଅଂଶ ଭରି ରହିଥିବା କାକୁଡ଼ି ଅନ୍ୟତମ। ଏହାବ୍ୟତୀତ ଏଥିରେ ଭିଟାମିନ୍‌ ବି, ସି, କେ ଏବଂ ପୋଟାସିୟମ ମଧ୍ୟ ଅଛି। ତେବେ କାକୁଡ଼ିରେ ଅନେକ ପ୍ରକାରର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ…
– କାକୁଡ଼ିରେ ୯୫ ପ୍ରତିଶତ ଜଳ ଅଛି। ଏହା ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖିଥାଏ।

– କାକୁଡ଼ିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରି ତତ୍ତ୍ୱ ମସ୍ତିଷ୍କ ପାଇଁ ଉପକାରୀ। ଏହା ଦ୍ୱାରା ସ୍ନାୟୁକୋଷଗୁଡ଼ିକ ପୂର୍ବାପେକ୍ଷା ଆହୁରି ସକ୍ରିୟ ରହିଥାଏ।

– କାକୁଡ଼ି ସ୍ମରଣ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ପୁଷ୍ଟିବିଜ୍ଞାନୀମାନେ ଏକ ସର୍ଭେରୁ ଜାଣିପାରିଛନ୍ତି।

-କାକୁଡ଼ିରେ ଥିବା ଫାଇବର ତତ୍ତ୍ୱ ଯୋଗଁୁ କୋଷ୍ଠକାଠିନ୍ୟ ସମସ୍ୟା କେତେକାଂଶରେ ଦୂର ହୋଇଥାଏ।

-କାକୁଡ଼ି ଖାଇବା ଦ୍ୱାରା କେତେକ ଚର୍ମଜନିତ ସମସ୍ୟାରୁ ଉପଶମ ମିଳିଥାଏ।

-କାକୁଡ଼ି ରସ ମଧ୍ୟ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ।

-ମଧୁମେହ ରୋଗୀ କାକୁଡ଼ିକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିପାରନ୍ତି।

-କାକୁଡ଼ିରେ ଥିବା ଭିଟାମିନ୍‌ ‘କେ’ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ। ଏହା ସହ ଅସ୍ଥିକୁ କ୍ୟାଲିସିୟମ ଯୋଗାଇଥାଏ ।

-ଏହାକୁ ନିୟମିତ ଖାଇଲେ ହୃଦ୍‌ରୋଗ ଓ ରକ୍ତଚାପ ହେବା ଆଶଙ୍କା କେତେକାଂଶରେ କମ୍‌ ଥାଏ।

Get real time updates directly on you device, subscribe now.