fbpx

CUET UG 2024: ଦ୍ୱାଦଶ ପରେ କେଉଁଠି ଓ କେମିତି ମିଳିବ ଆଡମିସନ୍, ଜାଣନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ବର୍ତ୍ତମାନ ପରୀକ୍ଷା ଋତୁ । ବିଶେଷ କରି ବୋର୍ଡ଼ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସାଧାରଣତଃ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ୟୁନିଭର୍ସିଟିରେ ପାଠ ପଢ଼ିବା ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଯାଇଛି । ଆଉ ଏଥିପାଇଁ କମନ୍ ୟୁପିଭର୍ସିଟି ଏଣ୍ଟ୍ରାନ୍ସ୍ ଟେଷ୍ଟ (CUET) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରୀ ହୋଇଥାଏ ।

CUET UG 2024 ପ୍ରବେଶିକା ପରୀକ୍ଷା ପାଇଁ ଶୀଘ୍ର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହି ପରୀକ୍ଷା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ CUET ର ଅଫିସିଆଲ ୱେବସାଇଟ୍ cuet.nta.nic.in କୁ ଯାଇ ନୋଟିଫିକେସନ ବିଷୟରେ ବିବରଣୀ ପାଇପାରିବେ । ତେବେ ଚଳିତ ବର୍ଷ ଅଧିକାଂଶ କେନ୍ଦ୍ରୀୟ, ରାଜ୍ୟ, ଡୀମ୍ଡ ଟୁ ବି ଏବଂ ଘରୋଇ ବିଶ୍ୱବିଦ୍ୟାଳୟରେ CUET UG 2024 ପରୀକ୍ଷା ମାଧ୍ୟମରେ ଆଡମିଶନ୍ ମିଳିବ ।

ଜାଣନ୍ତୁ କେବେ ଠାରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା

ନ୍ୟାସନାଲ ଟେଷ୍ଟିଂ ସେଣ୍ଟର(NTA) ଦ୍ୱାରା ଆୟୋଜିତ CUET ପରୀକ୍ଷା ଚଳିତ ବର୍ଷ ମେ ୧୫ରୁ ୩୧ ମଧ୍ୟରେ ଆୟୋଜନ ହେବ । ଅଫିସିଆଲ ନୋଟିଫିକେସନ୍ ଅନୁଯାୟୀ ଏହି ପରୀକ୍ଷା ହାଇବ୍ରିଡ୍ ମୋଡରେ ହେବ । ବିଶେଷ କରି ଗ୍ରାମୀଣ ଅଂଚଳର ପରୀକ୍ଷାର୍ଥୀମାନେ ବେଶି ଉପକୃତ ହେବେ । ସେମାନେ ନିଜ ଜିଲ୍ଲାରେ ପ୍ରବେଶିକା ପରୀକ୍ଷା ଦେଇପାରିବେ । ତେବେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅଧିକ ଥିବା କାରଣରୁ ପରୀକ୍ଷାର ଅବଧୀ ବୃଦ୍ଧି କରାଯାଇଛି । ଏହି ପରୀକ୍ଷାରେ ସ୍କୋର ଆଧାରରେ ୨୫୦ଟି ବିଶ୍ୱବିଦ୍ୟାଳୟରେ ଆଡମିଶନ୍ ମିଳିବ । ସେଥିମଧ୍ୟରୁ ଦିଲ୍ଲୀ ୟୁନିଭର୍ସିଟି, ଲକ୍ଷ୍ନୌ ୟୁନିଭର୍ସିଟି, ବନାରସ ହିନ୍ଦୁ ୟୁନିଭର୍ସିଟି, ଆହ୍ଲାବାଦ ୟୁନିଭର୍ସିଟି ଆଦି ସାମିଲ ଅଛି ।

Get real time updates directly on you device, subscribe now.