fbpx

ଆସନ୍ତା ଜୁଲାଇ ୧୫ରୁ ଆରମ୍ଭ ହେବ CUET UG ପ୍ରବେଶିକା ପରୀକ୍ଷା, ଘୋଷଣା କଲା NTA

ନୂଆଦିଲ୍ଲୀ: ଅଣ୍ଡରଗ୍ରାଜୁଏଟ କୋର୍ସରେ ଆଡମିଶନ ପାଇଁ କମନ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି ୟୁଜି) ୨୦୨୨ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାସ ୧୫ ତାରିଖରୁ ଏହା ଆରମ୍ଭ ହୋଇ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନ୍ୟାସନାଲ ଟେଷ୍ଟିଂ ଇଜେନ୍ସି (ଏନଟିଏ) ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।

ଏନଟିଏ ଦ୍ୱାରା ଜାରି ସୂଚନା ମୁତାବକ, ସିୟୁଇଟି ୟୁଜି ଜୁଲାଇ ମାସ ୧୫, ୧୬, ୧୯, ୨୦ ଓ ଅଗଷ୍ଟ ମାସ ୪, ୫, ୬, ୭, ୮, ୧୦ ତାରିଖରେ ଆୟୋଜିତ ହେବ । ଛାତ୍ରଛାତ୍ରୀମାନେ ଏନଟିଏର ଅଫିସିଆଲ ୱେବସାଇଟ cuet.samarth.ac.inକୁ ଯାଇ କୋର୍ସ ଶିଡ୍ୟୁଲ ଚେକ୍ କରିବା ସହ ଡାଉନଲୋଡ୍ କରିପାରିବେ ।

ସିୟୁଇଟି ୨୦୨୨କୁ ଚଳିତ ବର୍ଷ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ ଆୟୋଗ ଅନୁଦାନ (ୟୁଜିସି) ଦ୍ୱାରା ଉପସ୍ଥାପନ କରାଯାଇଥିଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ପରି ଅନ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ଗ୍ରାଜୁଏସନ ଡିଗ୍ରୀ କୋର୍ସରେ ନାମ ଲେଖାଇବା ପାଇଁ ସିୟୁଇଟି ୨୦୨୨ ଅନୁଷ୍ଠିତ ହେବ । ଚଳିତ ବର୍ଷ ସିୟୁଇଟି ପରୀକ୍ଷା ଏନଟିଏ ଦ୍ୱାରା କରାଯିବ । ସିୟୁଇଟି ପ୍ରବେଶିକା ପରୀକ୍ଷା ଦୁଇଟି ଶିଫ୍ଟରେ ଆୟୋଜନ କରାଯିବ ।

Get real time updates directly on you device, subscribe now.