fbpx

ଅନଲାଇନ୍ ଗେମ୍ ନିଶା, ମା’ଙ୍କ ମୋବାଇଲ ଧରି ଘରୁ ପଳାଇଲା ୧୫ ବର୍ଷର ବାଳକ

ମୋବାଇଲରେ ଗେମ୍ ଖେଳିବା ପାଇଁ ପିଲାମାନେ କେତେ ବ୍ୟଗ୍ର, ଏବଂ ଏଥିପାଇଁ ସେମାନେ କିଛିବି କରିବାକୁ ପ୍ରସ୍ତୁତ । ଅତୀତରେ ମୋବାଇଲକୁ ଯୋଗୁଁ ପିଲାମାନେ ଘଟାଇଥିବା କାରନାମାର ଅନେକ ଘଟଣା ଦେଖିବାକୁ ମିଳିଛି । ଏବେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ମୋବାଇଲ ଗେମ୍ ପାଇଁ ଜଣେ ୧୫ ବର୍ଷର ବାଳକ ଘର ଛାଡ଼ି ପଳାଇଯାଇଥିଲା ।

ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ଏହି ଘଟଣା । ଜଣେ ୧୫ ବର୍ଷର ବାଳକ ମୋବାଇଲରେ ଅନଲାଇନ ଗେମ୍ ରେ ଏତେ ମାତ୍ରାରେ ଲିପ୍ତ ରହିଥିଲା ଯେ ସେ ଏଥିପାଇଁ ମା’ଙ୍କ ମୋବାଇଲ ଧରି ଘର ଛାଡ଼ି ମଧ୍ୟପ୍ରଦେଶରୁ ଉଜ୍ଜେନ ପଳାଇଯାଇଥିଲା ତାଙ୍କୁ ତାହାପୁଣି ସାଇକେଲରେ ଦୀର୍ଘ ୫୫ କିମି ।

ସୂଚନା ଅନୂଯାୟୀ, ପିଲାଟି ୮ମ ଶ୍ରେଣୀରେ ପାଠ ପଢ଼ୁଛି ଏବଂ ମଙ୍ଗଳବାର ତାଙ୍କ ପରିବାର ପୋଲିସରେ ଏକ ନିଖୋଜ ମାମଲା ରୁଜୁ କରଥିଲେ ଯାହାପରେ ପୋଲିସ୍ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲା ।

ଉଜ୍ଜେନ ପୋଲିସ୍ ସୁପରିଟେଣ୍ଡେଣ୍ଟ ଭିନୋଦ କୁମାର ମୀନା ସୂଚନା ଦେଇଛନ୍ତି ଯେ ପିଲାଟି ସାଙ୍ଗରେ ରଖିଥିବା ମୋବାଇଲ ଫୋନର ଲୋକେସନ ଏବଂ ସିସିଟିଭି ଫୁଟେଜ୍ ଆଧାରରେ ଟ୍ରାକ୍ କରି ଧରିବାକୁ ସକ୍ଷମ ହୋଇଥିଲେ ।

ପିଲାଟି ପୋଲିସକୁ ସୂଚନା ଦେଇଥିଲା ଯେ ସେ ସେଠାରୁ ମୁମ୍ବାଇ ଏବଂ ପରେ ଆମେରିକା ଯିବାକୁ ଚାହୁଥିଲା ଫଳରେ କୋଡିଂ ଶିଖିବାକୁ ଏବଂ ଜଣେ ଅନଲାଇନ ଗେମ୍ ଡେଭେଲପର ହେବାକୁ । ପିଲାଟି ୨୮ ଟି ଗେମ୍ ନିଜ ମା’ଙ୍କ ମୋବାଇଲରେ ଡାଉନଲୋଡ୍ କରିଥିଲା ।

ତେବେ ଚାଇଲ୍ଡ ୱେଲଫେୟାର କମିଟି ପିଲାଟିକୁ କାଉନସେଲିଂ କରିଥିଲେ ଏବଂ ପରେ ପିଲାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

Get real time updates directly on you device, subscribe now.