fbpx

ରେଳ ଇଞ୍ଜିନ୍ ବିକ୍ରି କରିଦେଲା ବିହାରୀ ଯନ୍ତ୍ରୀ, ୬ ମାସ ପରେ ଧରାପଡ଼ିଲା, ଉଗାଳିଲା ସମସ୍ତ ସତ୍ୟ

ନୂଆଦିଲ୍ଲୀ: ଆଜିକାଲି ସରକାରୀ ଅଧିକାରୀମାନେ ସରକାରଙ୍କ ସମ୍ପତ୍ତିକୁ ନିଜର ବୋଲି ଭାବି ଦେଲେଣି । ତେଣୁ ଯିଏ ଯେଉଁଠି ପାରିଲା ବିକି ଭାଙ୍ଗି ନିଜ ପକେଟରେ ପୂରେଇବାରେ ବ୍ୟସ୍ତ । ତେବେ ଏପରି ଏକ ଘଟଣା ଘଟିଛି ବିହାରରେ । ଜଣେ ଇଞ୍ଜିନିୟର ରେଳ ଇଞ୍ଜିନକୁ କବାଡ଼ି ବାଲାକୁ ବିକ୍ରି କରି ଦେଇଥିଲେ । ଏହାପରେ ସେ ୬ ମାସ ଧରି ଫେରାର ହୋଇ ରହିଥିଲେ । ନିକଟରେ ଉକ୍ତ ଇଞ୍ଜିନିୟର ବାବୁଙ୍କୁ ଆରପିଏଫ ନୋଏଡ଼ାରୁ ଗିରଫ କରିବା ପରେ ସେ ଉଗାଳିଛନ୍ତି ସମସ୍ତ ସତ୍ୟ ।

ସମସ୍ତିପୁର ରେଳ ମଣ୍ଡଳର ପୂର୍ଣ୍ଣିମା ଷ୍ଟେସନରେ ଜଣେ ଇଞ୍ଜିନିୟର ରାଜୀବ ରଞ୍ଜନ ଝା ଏକ ରେଳଡବାକୁ କୋଟି କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ । ଏହି କାରନାମା କରିବା ପରେ ଯନ୍ତ୍ରୀ ବାବୁ ଫେରାର ହୋଇଯାଇଥିଲେ । ଏହାପରେ ଆରପିଏଫ ଜାଲ ବିଛାଇ ଶେଷରେ ରାଜୀବଙ୍କୁ ଧରିବାରେ ସଫଳ ହୋଇଥିଲା । ସେହି ଏହି ମାମଲାରେ ସଂଶ୍ଲିଷ୍ଟ ଥିବା ସ୍କ୍ରାପ ବ୍ୟବସାୟୀଙ୍କୁ ପୋଲିସ ଏବେ ଖୋଜୁଛି ।

ତେବେ ତଦନ୍ତ ପ୍ରକ୍ରିୟାରେ ବ୍ୟାଘାତ ନ ଘଟିବା ପାଇଁ ଏହି ଘଟଣାର ଅନେକ ତଥ୍ୟକୁ ପୋଲିସ ଗୁପ୍ତ ରଖିଥିଲା । ରାଜୀବଙ୍କୁ ତିନିଦିନିଆ ରିମାଣ୍ଡରେ ନେଇ ପୋଲିସ ଅନେକ ତଥ୍ୟ ହାସଲ କରିଥିଲା । ବର୍ଷ ବର୍ଷ ଧରି ଛିଡ଼ା ହୋଇ ରହିଥିବା ଷ୍ଟିମ୍ ଇଞ୍ଜିନକୁ ରାଜୀବ ଗତବର୍ଷ ଡିସେମ୍ବରରେ କଟରରେ କାଟୁଥିଲେ । ତେବେ ଏହାର କିଛିଦିନ ପରେ ଉକ୍ତ ଇଞ୍ଜିନଟି ଦେଖିବାକୁ ମିଳିନଥିଲା । ଏହି ମାମଲାରେ ରାଜୀବଙ୍କ ସହ ସାତ ଜଣଙ୍କ ନାମରେ ମାମଲା ଦାୟର ହୋଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା ।

Get real time updates directly on you device, subscribe now.