fbpx

ରଥଯାତ୍ରା ପାଇଁ OTDC ଲଞ୍ଚ କଲା ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍: ଭୁବନେଶ୍ୱର, ସମ୍ବଲପୁର ଓ ପୁରୀ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଘୋଷଯାତ୍ରା । ଏଥିପାଇଁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ପକ୍ଷରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହାଫଳରେ ଶ୍ରଦ୍ଧାଳୁମାନେ ଐତିହାସିକ ଘୋଷଯାତ୍ରାକୁ ଭଲରେ ଉପଭୋଗ କରିପାରିବେ । ଏଥର କୋଭିଡ୍ କଟକଣା ନଥିବାରୁ ଭକ୍ତମାନେ ଆରାମରେ କାଳିଆକୁ ଦର୍ଶନ କରିପାରିବେ ।

ଗତ ଦୁଇବର୍ଷ ଧରି କୋଭିଡ୍ କାରଣରୁ ବାଧାପ୍ରାପ୍ତ ହୋଇଥିବା ରଥଯାତ୍ରାକୁ ଭକ୍ତମାନେ ଏଥର ଖୁବ୍ ଉପଭୋଗ କରିବେ । ଏ ବର୍ଷ ରଥଯାତ୍ରାରେ ପ୍ରବଳ ଜନସମାଗମ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି । ସମ୍ବଲପୁର, ପୁରୀ ଓ ଭୁବନେଶ୍ୱରର ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଯେଉଁମାନେ ସମ୍ବଲପୁରରୁ ରଥଯାତ୍ରା ଦେଖିବାକୁ ଆସିବାକୁ ଚାହୁଁଛନ୍ତି ସେମାନେ ଜୁନ୍ ୩୦ ତାରିଖ ରାତି ୯ଟାରେ ସମ୍ବଲପୁର ପାନ୍ଥନିବାସରୁ ସ୍ୱତନ୍ତ୍ର ଗାଡ଼ିରେ ବାହାରିବେ । ଏହାପରେ ଭୁବନେଶ୍ୱର ପାନ୍ଥନିବାସରେ ୩୧ ତାରିଖ ସକାଳେ ଜଳଖିଆ ଖାଇ ଅନ୍ୟ ଏକ ସ୍ୱତନ୍ତ୍ର ବସରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେହିଦିନ ପୁରୀରୁ ପୁଣି ଥରେ ଭୁବନେଶ୍ୱର ପାନ୍ଥନିବାସ ଆସି ସେଠାରୁ ରାତି ୧୦ଟାରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ ।

ସେହିପରି ଭୁବଶ୍ୱେର ଓ ପୁରୀ ପାନ୍ଥନିବାସରୁ ମଧ୍ୟ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ରହିଛି । ସମସ୍ତ ପ୍ୟାକେଜରେ ଚା’, ଜଳଖିଆ, ମଧ୍ୟାହ୍ନଭୋଜନର ସୁବିଧା ରହିଛି । ସମ୍ବଲପୁର ପ୍ୟାକେଜ ପାଇଁ ୮୩୦୦, ଭୁବନେଶ୍ୱର ପାଇଁ ୫୮୦୦ ଓ ପୁରୀ ପାଇଁ ୫୦୦୦ ଟଙ୍କା ରହିଛି । ରଥଯାତ୍ରା ଟୁର୍ ପ୍ୟାକେଜ ବିଷୟରେ ଅଧିକ ସୂଚନା ପାଇବା ପାଇଁ www.panthanivas.com ୱେବସାଇଟକୁ ଯାଇପାରିବେ ।

Get real time updates directly on you device, subscribe now.