fbpx

ଫାଶୀରେ ଝୁଲିବାର ୨ ଘଣ୍ଟା ପରେ ବି ଜୀବିତ ଥିଲା ଏହି ଦୋଷୀ..

ନିର୍ଭୟା ମାମଲାର ଦୋଷୀମାନଙ୍କୁ ଆସନ୍ତାକାଲି ଅର୍ଥାତ୍ ୨୦ ମାର୍ଚ୍ଚ ସକାଳେ ଫାଶୀ ଦିଆଯିବ । କିନ୍ତୁ ଆମ ଦେଶରେ ଏପରି ଏକ ମାମଲା ସାମନାକୁ ଆସିଛି, ଯେଉଁଥିରେ ଫାଶୀ ଦିଆଯିବାର ୨ ଘଣ୍ଟା ପର୍ଯ୍ୟନ୍ତ ଅପରାଧୀର ମୃତ୍ୟୁ ହୋଇନଥିଲା । ଜୀବିତ ଥିବାରୁ ଜେଲ ପ୍ରଶାସନ ଏକ ଆଶ୍ଚର୍ଯ୍ୟଜନକର ପଦକ୍ଷେପ ନେଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ଅପରାଧୀ ବିଷୟରେ, ଯିଏ ଫାଶୀରେ ଝୁଲିବାର ୨ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ଜୀବିତ ଥିଲା..

୧୯୭୮ ମସିହାରେ ଦିଲ୍ଲୀର ଦୁଇ ଭାଇ-ଭଉଣୀକୁ ଅପହରଣ କରାଯିବା ପରେ ଭଉଣୀକୁ ବଳାକ୍ରାର କରାଯାଇଥିଲା । ପରେ ଦୁଇ ଭାଇ-ଭଉଣୀକୁ ହତ୍ୟା କରାଯାଇଥିଲା । ରଙ୍ଗା-ବିଲ୍ଲା ନାମକ ଦୁଇ କୁଖ୍ୟାତ ଅପରାଧୀ ଏହି ଅପହରଣ କରିଥିଲେ । ସେ ସମୟରେ ପ୍ରଧାନମନ୍ତ୍ରୀ ଥିବା ମୋରାରଜୀ ଏବିଷୟରେ ଖବର ପାଇଁ ମଧ୍ୟ ବିରକ୍ତ ହୋଇଥିଲେ ।

ତେବେ ରଙ୍ଗା-ବିଲ୍ଲା ନୌସେନା ଅଧିକାରୀ ମଦନ ଚୋପ୍ରାଙ୍କ ଝିଅ ଗୀତା ଓ ପୁଅ ସଞ୍ଜୟ ଚୋପ୍ରାକୁ ଅପହରଣ କରିବା ପରେ ହତ୍ୟା କରିଥିଲେ । ରଙ୍ଗାର ପ୍ରକୃତ ନାମ କୁଲଜିତ ସିଂ ହୋଇଥିବା ବେଳେ ବିଲ୍ଲାର ପ୍ରକୃତ ନାମ ଜସବୀର ସିଂ ହୋଇଥିଲା । ଗୀତାଙ୍କୁ ୧୬ ଓ ସଞ୍ଚୟଙ୍କୁ ୧୪ ବର୍ଷ ହୋଇଥିବା ବେଳେ ସେମାନଙ୍କୁ ଅପହରଣ କରିଥିଲେ ରଙ୍ଗା ଓ ବିଲ୍ଲା । ସେମାନଙ୍କ ପିତା ନୌସେନାରେ ଥିବା ଜାଣିବା ପରେ ସେମାନଙ୍କୁ ଉଭୟ ହତ୍ୟା କରିଥିଲେ ।


ଏନେଇ ୩୭ ବର୍ଷ ପୂର୍ବେ ଅର୍ଥାତ୍ ୧୯୮୨ ମସିହା ଜାନୁଆରୀ ୩୧ରେ ରଙ୍ଗା ଓ ବିଲ୍ଲାକୁ ଫାଶୀ ଦିଆଯାଇଥିଲା । ଫାଶୀ ପରେ ଜଣେ ଦୋଷୀର ମୃତ୍ୟୁ ହୋଇଥିବା ବେଳେ ଜଣେ ଦୋଷୀ ୨ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ଥିଲା । ଜୀବିତ ଥିବା ଦୋଷୀ ହାତର ନାଡି ଚାଲୁଥିବା ଜଣାପଡିଥିଲା ।

ମେଡିକାଲ ସାଇନ୍ସ ଅନୁସାରେ, ଯେତେବେଳେ ଲୋକର ଓଜନ ହ୍ରାସ ହୁଏ, ଏପରି ହେବାର ସମ୍ଭାବନା ରହିଥାଏ । ତିହାର ଜେଲର ପୂର୍ବତନ ପ୍ରବକ୍ତା ସୁନୀଲ ଗୁପ୍ତା ତାଙ୍କ ବ୍ଲାକ ୱାରେଣ୍ଟରେ ଏହି କେସ୍ ବିଷୟରେ ଲେଖିଛନ୍ତି ।

ଫାଶୀର ପୂର୍ବଦିନ ରଙ୍ଗା ଗାଧୋଇଥିବା ବେଳେ ବିଲ୍ଲା ଗାଧୋଇନଥିଲା । ତକ୍ରାଳୀନ ଜେଲ ଅଧୀକ୍ଷକ ଆର୍ଯ୍ୟଭୂଷଣ ଶୁକ୍ଲା ରୁମାଲ ପକାଇ ଫାଶୀର ଲିଭରକୁ ଟାଣିବା ପାଇଁ ସଙ୍କେତ ଦେଇଥିଲେ । ୨ ଘଣ୍ଟା ପରେ ଡାକ୍ତର ଯାଞ୍ଚ କରିବା ପରେ ଜଣାପଡିଲା ଯେ, ବିଲ୍ଲାର ମୃତ୍ୟୁ ଘଟିଛି କିନ୍ତୁ ରଙ୍ଗାର ନାଡି ଚାଲିଛି । ନାଡି ଚାଲିଥିବାର ଦେଖି ଜେଲ ପ୍ରଶାସନ ପୁଣି ଥରେ ରଙ୍ଗାର ଗୋଡକୁ ୨ୟ ଥର ଟାଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଗୋଡ ଟାଣି ହେବା ପରେ ରଙ୍ଗା ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.