fbpx

ICSE ଓ ISC ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ୧୯ା୩(ଓଡ଼ିଶା ଭାସ୍କର): ): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । କରୋନା ଆଶଙ୍କାରେ ଆଇସିଏସଇ ଓ ଆଇଏସସି ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏହାସହ ମାର୍ଚ୍ଚ ୧୯ରୁ ୩୧ଯାଏଁ ହେବାକୁ ଥିବା ସମସ୍ତ ବିଷୟର ପରୀକ୍ଷା ସ୍ଥଗିତ କରାଯାଇଛି । ସମସ୍ତ ସ୍ଥଗିତ କରାଯାଇଥିବା ପରୀକ୍ଷାର ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ । ଆଇସିଏସଇ ପରୀକ୍ଷା ମାର୍ଚ୍ଚ ୩୦ରେ ଓ ଆଇଏସସି ପରୀକ୍ଷା ମାର୍ଚ୍ଚ ୩୧ରେ ସରିବାର ଥିଲା ।
କରୋନାରେ ଭାରତରେ ୧୬୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଜଣେ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.