fbpx

ମହାକାଶରୁ ପୃଥିବୀ ଆଡକୁ ମାଡିଆସୁଛି ବଡ ବିପଦ, ଟେନସନରେ ନାସାର ବୈଜ୍ଞାନିକ

Advertisement

ମହାକାଶରୁ ଏକ ବୃହତ୍ ଆଷ୍ଟେରଏଡ୍ ବା ଛୋଟା ତାରା ବହୁ ତୀବ୍ର ଭାବରେ ପୃଥିବୀ ଆଡକୁ ମାଡି ଆସୁଛି ବୋଲି ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ପ୍ରକାଶ କରିଛି । କୁହାଯାଉଛି ଯେ, ଛୋଟା ତାରା ପୃଥିବୀର ସର୍ବୋଚ୍ଚ ପର୍ବତ ଏଭରେଷ୍ଟ ଠାରୁ ଅନେକ ଗୁଣରେ ବଡ । ଏହି ଆଷ୍ଟେରଏଡର ବେଗ ଘଣ୍ଟା ପ୍ରତି ୩୧,୩୧୯ କିଲୋମିଟର ରହିଛି ଅର୍ଥାତ୍ ପ୍ରତି ସେକେଣ୍ଡରେ ୮.୭୨ କିଲୋମିଟର ଗତିକରୁଛି । ଏହି ବେଗରେ ସେ ଯଦି ପୃଥିବୀର କୌଣସି ଅଂଶକୁ ଆଘାତ କରେ, ତେବେ ସୁନାମି ହୋଇପାରେ କିମ୍ବା ଏହା ଦେଶକୁ ନଷ୍ଟ କରିପାରେ ।

ତେବେ ନାସା କହିଛି ଯେ, ପୃଥିବୀଠାରୁ ପ୍ରାୟ ୬୪ ଲକ୍ଷ କିଲୋମିଟର ଦୂରରେ ଏହା ଅତିକ୍ରମ କରିବାକୁ ଥିବାରୁ ଆତଙ୍କିତ ହେବାର ନାହିଁ । ମହାକାଶ ବିଜ୍ଞାନରେ ଏହି ଦୂରତା ଅଧିକ ବିବେଚନା ହେଉନଥିଲେ ମଧ୍ୟ କମ୍ ବି ନୁହେଁ । ଏହା ପୃଥିବୀକୁ ଆଘାତ କରିପାରେ ବୋଲି କେତେକ ବୈଜ୍ଞାନିକ ଆଶଙ୍କା କରୁଛନ୍ତି । ଏହି ଆଷ୍ଟେରଏଡର ନାମ ୫୨୭୬୮ ରଖାଯାଇଛି । ପ୍ରଥମେ ଏହି ଉଲ୍କା ପିଣ୍ଡକୁ ୧୯୯୮ରେ ନାସା ଦେଖିଥିଲା, ଯାହାର ବ୍ୟାସ ପ୍ରାୟ ୪ କିଲୋମିଟର । ୨୯ ଏପ୍ରିଲରେ ଏହି ଆଷ୍ଟେରଏଡ୍ ପୃଥିବୀ ଦେଇ ଗତି କରିବ ବୋଲି ଆକଳନ କରାଯାଇଛି ।

Get real time updates directly on you device, subscribe now.