fbpx

ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୧୯ା୩(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ଦିନ ୪ଟା ୪୫ ସୁଦ୍ଧା ୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୬ଟି ଜିଲ୍ଲା ଗୁଡ଼ିକ ହେଉଛି ଗଞ୍ଜାମ, ପୁରୀ, କୋରାପୁଟ, ଖୋର୍ଦ୍ଧା, ଗଜପତି ଓ ରାୟଗଡ଼ା । ସେହି ଜିଲ୍ଲାଗୁଡ଼ିକ ମଧ୍ୟରୁ ଦୁଇଟି ଜିଲ୍ଲା ଗଞ୍ଜାମ, ପୁରୀରେ ଘଡ଼ଘଡ଼ି, ଘୂର୍ଣ୍ଣିଝଡ଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୩୦ରୁ ୪୦କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ଏନେଇ ଦିନ ୪ଟା୪୫ଯାଏଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Get real time updates directly on you device, subscribe now.