fbpx

ମହିଳା ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ, ୭ା୩: ମହିଳା ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ମହିଳାଙ୍କ ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏକ ଘୋଷଣା କରିଛନ୍ତି । ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ସେ ସ୍ୱତନ୍ତ୍ର ଭେଟି ଦେଇଛନ୍ତି । ଏଏସଆଇ ସଂରକ୍ଷିତ ସବୁ ଐତିହ୍ୟସ୍ଥଳୀରେ ନିଃଶୁକ୍ଳ ହେବ ମହିଳାଙ୍କ ପ୍ରବେଶ । ବିଦେଶୀ ମହିଳା ପର୍ଯ୍ୟଟକଙ୍କ ପ୍ରବେଶ ବି କାଲି ପାଇଁ ନିଶୁଳ୍କ ରହିବ । ମହିଳାଙ୍କ ସୁବିଧା ଓ ସୁରକ୍ଷା ପାଇଁ ପର୍ଯ୍ୟଟନ ବିଭାଗ ଏହିପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଏହାସହ ଅଲଗା ଶୌଚାଳୟ ଓ ସ୍ତନ୍ୟପାନ ଗୃହର ବ୍ୟବସ୍ଥା କରିଛି ବିଭାଗ ।

Get real time updates directly on you device, subscribe now.