fbpx
BJD SKY
BJD SKY

ରୋଗ ଦୂର କରେ କନ୍ଦମୂଳ : ବଢାଇଥାଏ ରୋଗ ପ୍ରତିରୋଦ୍ଧକ ଶକ୍ତି

BJD

ଓଡ଼ିଶା ଭାଷ୍କର : ମଣିଷକୁ ରୋଗ ସହ ଲଢିବା ପାଇଁ ହେଲେ ରୋଗ ପ୍ରତିରୋଦ୍ଧକ ଶକ୍ତି ବହୁ ପରିମାଣରେ ଆବଶ୍ୟକ ହୋଇଥାଏ । ତେବେ ଆପଣ ଶରୀରରେ ଏହି ରୋଗ ପ୍ରତିରୋଦ୍ଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ କନ୍ଦମୂଳ ସେବନ କରିପାରିବେ । କନ୍ଦମୂଳ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା କନ୍ଦମୂଳ ଖାଇବା ଦ୍ୱାରା କଣ ସବୁ ଫାଇଦା ରହିଛି…

. କନ୍ଦମୂଳରେ ଏପରି ଔଷଧୀୟ ଗୁଣ ଭରି ରହିଛି, ଯେଉଁଥିରେ ଆପଣ ବହୁ ପ୍ରକାରର ହୃଦଘାତରୁ ମଧ୍ୟ ବଞ୍ଚିପାରିବେ । ତେବେ କନ୍ଦମୂଳରେ କାର୍ଡିଓପ୍ରୋଟେକ୍ଟିଭ ପ୍ରଭାବ ମିଳିଥାଏ । ଏହାର ପ୍ରଭାବରେ ଆପଣଙ୍କ ହୃଦୟକୁ କୌଣସି ରୋଗ ବା କ୍ଷତକୁ ରକ୍ଷା କରିବାର ଗୁଣ ରହିଛି । ହୃଦ ରୋଗୀ ମାନେ ପ୍ରତିଦିନ କନ୍ଦମୂଳ     ଖାଇପାରିବେ ।

. ଡାଇବେଟିସ୍ ରୋଗୀ ବା ମଧୁମେହ ରୋଗୀଙ୍କୁ ଖାଦ୍ୟରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ, କାରଣ ସେମାନଙ୍କ ଖାଦ୍ୟରେ ଅସନ୍ତୁଳତା କାରଣରୁ ରକ୍ତରେ ମିଠାର ପ୍ରତିଶତ ବଢିଥାଏ ଓ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥାଏ । କନ୍ଦମୂଳରେ ରହିଥିବା ଆଣ୍ଟି ଡାଇବେଟିସ୍ ଗୁଣ ଯୋଗୁଁ ଏହାକୁ ସେବନ କରିବା ଦ୍ୱାରା ଏହା       ଆପଣଙ୍କୁ ମଧୁମେହ ରୋଗରୁ ରକ୍ଷା କରିପାରିବ ।

. କନ୍ଦମୂଳ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କ ଫୁସଫୁସର କାର୍ଯ୍ୟକୁ ସଠିକ ଭାବେ କରିଥାଏ । ଫଳରେ ଶ୍ୱାସ ଜନିତ କୌଣସି ବି ରୋଗ ଆପଣଙ୍କ ପାଖ ନ ମାଡିବା ସହ ଫୁସଫସ୍ ସୁସ୍ଥ ରହିଥାଏ ।

Get real time updates directly on you device, subscribe now.