fbpx

କଦଳୀକୁ ବିନା ଫ୍ରିଜ୍‌ରେ ବହୁଦିନ ପର୍ଯ୍ୟନ୍ତ ରଖିବାକୁ ଚାହୁଁଛନ୍ତି କି ଫ୍ରେଶ୍‌, ଆପଣାନ୍ତୁ ଏହି ୩ଟି ସହଜ ଉପାୟ

Advertisement

କଦଳୀ ଏକ ବହୁତ ସାଧାରଣ ଫଳ ଯାହା ପ୍ରାୟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଘରେ କିଛିଦିନ ରହିଲେ ସଢିବା ଆରମ୍ଭ କରିଥାଏ । କଦଳୀ ଅନ୍ୟ ଫଳ ତୁଳନାରେ ଶୀଘ୍ର ସଢିଯାଏ ଓକ୍ଳା ପଡିଯାଏ । ଏହାକୁ ଫ୍ରିଜ୍‌ରେ ରଖାଯାଏ ନାହିଁ । କାରଣ ଏହାର ମୂଳ ତତ୍ତ୍ୱ ହିଁ ଥଣ୍ଡା ହୋଇଥାଏ । ଏହି କ୍ରମରେ ଆସନ୍ତୁ ଜାଣିବା କଦଳୀକୁ ଅଧିକ ଦିନ ପର୍ଯ୍ୟନ୍ତ କିପରି ସାଇତି ରଖିପାରିବେ ।

୧-ଏହାର ଡେମ୍ଫ ଭାଗ ଅଂଶକୁ ଚାରିପଟୁ ପ୍ଲାଷ୍ଟିକ୍ କିମ୍ବା କୌଣସି ସେଲୋ ଟେପ୍ ସହାୟତାରେ ଗୁଡାଇ ଦିଅନ୍ତୁ । ଦେଖନ୍ତୁ ଏହା ଆଉ ପଚିବ ନାହିଁ ।

୨-କଦଳୀକୁ ଫ୍ରେଶ୍ ରଖିବା ଲାଗି ବାନାନା ହ୍ୟାଙ୍ଗର ବ୍ୟବହାର କରନ୍ତୁ । ମାର୍କେଟରେ ବିଭିନ୍ନ ପ୍ରକାର ବାନାନା ହ୍ୟାଙ୍ଗର ମିଳିଥାଏ । ଆପଣ କଦଳୀ ଫେଣାକୁ ଏହି ହ୍ୟାଙ୍ଗରରେ ଟାଙ୍ଗି ଦିଅନ୍ତୁ । ବହୁଦିନ ପର୍ଯ୍ୟନ୍ତ କଦଳୀ ଫ୍ରେସ୍ ରହିବ ।
୩-କଦଳୀକୁ ଆପଣ ଭିଟାମିନ୍ ସି ଟାବଲେଟ୍ ସହାୟତାରେ ଫ୍ରେଶ୍ ରଖିପାରିବେ । ବଜାରରୁ ଭିଟାମିନ୍ ସି ଟାବଲେଟ୍ କିଣି ଆଣନ୍ତୁ ଓ ଏହାକୁ ଏକ ଗ୍ଲାସ୍ ପାଣିରେ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ସେହି ପାଣିରେ କଦଳୀକୁ ବୁଡାଇ ରଖନ୍ତୁ । କଦଳୀ ବହୁଦିନ ପର୍ଯ୍ୟନ୍ତ ଫ୍ରେଶ୍ ରହିବ ।

Get real time updates directly on you device, subscribe now.