fbpx

ଭୁବନେଶ୍ୱର ଓ ଭଦ୍ରକରେ କାମ କରିବନି ଲକ୍ ଡାଉନ ପାସ୍

ଭୁବନେଶ୍ୱର, ୩ା୪(ଓଡ଼ିଶା ଭାସ୍କର): କରୋନା ଚେନ୍ ଭାଙ୍ଗିବା ପାଇଁ ଭୁବନେଶ୍ୱର ଓ ଭଦ୍ରକରେ ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ଯାଏଁ ସମ୍ପୂର୍ଣ୍ଣ କର୍ଫ୍ୟୁ । ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଏହା ଘୋଷଣା କରିଛନ୍ତି । ୪୮ଘଣ୍ଟା ଭୁବନେଶ୍ୱର ଓ ଭଦ୍ରକରେ କେହି ବାହାରକୁ ବାହାରି ପାରିବେନାହିଁ । କୌଣସି ଅନୁମତି ପତ୍ର ଏହି ସମୟରେ କାମ କରିବନି । ଏହାସହ୪୮ଘଣ୍ଟା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କିନ୍ତୁ ମାଲ ପରିବହନ ଗାଡ଼ି ପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି ।
କରୋନା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେହି ସମ୍ମିଳନୀରେ ସେ ଏହି ଘୋଷଣା କରିଥିଲେ । ଏଯାଏଁ ଭୁବନେଶ୍ୱରରେ ୪ ଓ ଭଦ୍ରକର ଜଣେ ଆକ୍ରାନ୍ତ ବାହାରିଛନ୍ତି । କରୋନା ଚେନ ଭାଙ୍ଗିବାକୁ ସମ୍ପୂର୍ଣ୍ଣ ଏହିପରି ତାଲାବନ୍ଦ ନିଷ୍ପତ୍ତିକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.