fbpx

ଜଗତସିଂହପୁରରେ ତାଲାବନ୍ଦ ଅବଧି ଥିବା ଯାଏଁ ୧୨ଘଣ୍ଟିଆ କର୍ଫ୍ୟୁ

ଜଗତସିଂହପୁର, ୪ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜଗତସିଂହପୁର ଜିଲ୍ଲାରେ ୧୨ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି । ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଲଗାଇଛି ଜିଲ୍ଳା ପ୍ରଶାସନ । ଏହି ସମୟରେ କେବଳ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ ବୋଲି ସୂଚନା ମିଳିଛି । ତାଲାବନ୍ଦ ଅବଧି ଥିବା ଯାଏଁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଲାଗିବ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଗ୍ରୀନ ଜୋନରେ ଥାଇ ମଧ୍ୟ ଜିଲ୍ଲାରେ କର୍ଫ୍ୟୁ ଲାଗିବ । ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏହିପରି ପଦକ୍ଷେପ ନିଆଯାଇଛି । ଏନେଇ ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.