(Video) ବଢ଼ିଗଲା ଇଗୋ! ପତ୍ନୀଙ୍କ ଆଗରେ ‘ଅଙ୍କଲ’ ଡାକିବାରୁ ଦୋକାନୀଙ୍କୁ ଲାଠି ଓ ବେଲ୍ଟରେ ନିର୍ଧୂମ୍ ପିଟିଲେ ଜଣେ ବ୍ୟକ୍ତି

ନୂଆଦିଲ୍ଲୀ: ଅନେକ ସମୟରେ ଆମ ସମାଜରେ ଏପରି କିଛି ଘଟଣା ଘଟିଥାଏ, ଯାହା ଶୁଣିବାକୁ ଯେତିକି ହାସ୍ୟାସ୍ପଦ ସେତିକି ଅମାନବୀୟ ମଧ୍ୟ । ତେବେ ଏହା ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଗୋଟିଏ ଶାଢ଼ୀ ଦୋକାନୀକୁ ନିଜ ପତ୍ନୀ ଓ ପିଲାଙ୍କୁ ନେଇ ଯାଇଥିଲେ । ତେବେ ଏହି ସମୟରେ ଦୋକାନୀ ଜଣଙ୍କ କହିଥିଲେ, ‘ଅଙ୍କଲ ଜୀ କେତେ ଟଙ୍କାର ଶାଢ଼ୀ ଦେଖାଇବି କୁହନ୍ତୁ ।’ କଥା ବାସ୍ ଏତିକି । ସ୍ତ୍ରୀଙ୍କ ସମ୍ମୁଖରେ ‘ଅଙ୍କଲ’ ସମ୍ବୋଧନ ଶୁଣି ଗ୍ରାହକ ବାବୁଙ୍କର ପିତ୍ତ ଚଢ଼ି ଯାଇଥିଲା । ଏହାପରେ ସେ କ୍ରୋଧର ସବୁ ସୀମା ଟପିଯାଇଥିଲେ ।

‘ଅଙ୍କଲ’ ଡାକ ଶୁଣିବା ଗ୍ରାହକଙ୍କୁ ଆଦୌ ଭଲ ଲାଗି ନଥିଲା । ତେଣୁ ଏଥିରେ ସେ ଅତ୍ୟନ୍ତ ରାଗିଯାଇ ଦୋକାନୀଙ୍କୁ ଲାଠି ଓ ବେଲ୍ଟରେ ପିଟିବାରେ ଲାଗିଥିଲେ । ଏହି ଘଟଣାରେ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପତ୍ନୀଙ୍କ ସାମ୍ନାରେ ଦୋକାନୀ ଜଣଙ୍କ ତାଙ୍କୁ କାହିଁକି ‘ଅଙ୍କଲ’ ଡାକିଲେ ବୋଲି ଗ୍ରାହକ ଜଣଙ୍କ ଯୁକ୍ତି କରିଥିଲେ । ଏହି କଥାକୁ ନେଇ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତି ଚାଲିଥିଲା ଓ ଏଥିରେ ରାଗି ଯାଇ ଗ୍ରାହକ ଦୋକାନୀଙ୍କୁ ନିର୍ଧୂମ ପିଟିଥିଲେ । ଯୁକ୍ତିତର୍କ ହେବା ପରେ ପ୍ରଥମେ ଗ୍ରାହକ ସେଠାରୁ ଚାଲିଯାଇଥିଲେ । ମାତ୍ର ପରେ ସେ ଆଉ କିଛି ଯୁବକଙ୍କୁ ସାଙ୍ଗରେ ଆଣି ଦୋକାନୀଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏହି ଘଟଣା ପରେ ଦୋକାନୀ ଥାନାରେ ଅଭିଯୋଗ ଦାୟର କରିଥିବ।। ବେଳେ ପୋଲିସ ମାମଲାର ତଦନ୍ତ କରୁଛି ।