fbpx

ଗ୍ରାହକ ଅର୍ଡର୍ କଲେ ୫୦,୯୯୯ ଟଙ୍କାର ଆପଲ୍ ଘଣ୍ଟା, ଡେଲିଭେରୀ ହେଲା ଚାଇନା ମାଲ୍

ନୂଆଦିଲ୍ଲୀ: ଯଦି ଆପଣ ଇ-କମର୍ସ ସାଇଟ୍ ରୁ ସପିଂ କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ନଚେତ୍ ଠକେଇରି ଶିକାର ହୋଇପାରନ୍ତି । ନିକଟରେ ହିଁ ଆମାଜନ୍ ସହ ଜଡ଼ିତ ଏକ ମାମଲା ସାମନାକୁ ଆସିଛି, ଯାହା ତାଜୁବ୍ କରିଛି । ଜଣେ ଗ୍ରାହକ ଆମାଜନ୍ ରୁ ଆପଲ୍ ୱଚ୍ ସିରିଜ୍ ୭ ଅର୍ଡର୍ କରିଥିଲେ ହେଲେ ଯେତେବେଳେ ପ୍ରଡକ୍ଟ ଡେଲିଭେରୀ ହେଲା ଜଣାପଡ଼ିଥିଲା ଯେ, ପ୍ରଡକ୍ଟ ନକଲି । ଅସଲି ବଦଳରେ ଏକ ନକଲି ଚାଇନା ଘଣ୍ଟା ରିସିଭ୍ କରିଥିଲେ । ତେବେ ଗ୍ରାହକ ଜଣକ ଆପଲ୍ ୱଚ୍ ସିରିଜ୍ ୭ କୁ ୫୦,୯୯୯ ଟଙ୍କା ଦେଇ ଅନଲାଇନ୍ ରୁ ମଗେଇଥିଲେ ।

ତେବେ ସୌଭାଗ୍ୟର କଥା ଯେ, ପ୍ୟାକେଜ୍ ଟିକୁ ଅନବକ୍ସିଂ କରିବା ପୂର୍ବରୁ ଫୋନ୍ ରେ ରେକର୍ଡ କରିଦେଇଥିଲେ । ଯାହାଫଳରେ ନକଲି ପ୍ରଡକ୍ଟ ର ପ୍ରମାଣ ରହିଛି । ଏହି ଗ୍ରାହକ ଜଣକ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଟୁଇଟ୍ ରେ ପୂରା ଘଟଣା ବିଷୟରେ ଲେଖିଛନ୍ତି । ସେ ଲେଖିଛନ୍ତି ଯେ, ଆମାଜନ୍ ଇଣ୍ଡିଆରୁ ଏକ ଆପଲ୍ ୱଚ୍ ସିରିଜ୍ ୭ ଜିପିଏସ୍ ପ୍ଲସ୍ ସେଲ୍ୟୁଲାର୍ ମଡେଲ୍ ଅର୍ଡର୍ କରିଥିଲେ । ଏଥିପାଇଁ ସେ ୫୦ହଜାର ୯୯୯ ଟଙ୍କା ଦେଇଥିଲେ । ହେଲେ ପ୍ରଡକ୍ଟ ଆସିବା ପରେ ଜଣାପଡ଼ିଥିଲା ଯେ, ତାହା ନକଲି ଚାଇନା ୱଚ୍ ଥିଲା ।

Get real time updates directly on you device, subscribe now.