fbpx

ପେଟ୍ରୋଲ ପମ୍ପରେ କିପରି ଠକେଇର ଶିକାର ହୋଇଥାନ୍ତି ଗ୍ରାହକ, ଜାଣି ରଖନ୍ତୁ ନଚେତ ପକେଟ ହେବ ଫାଙ୍କା!

ଭୁବନେଶ୍ୱର, ୭ା୮(ଓଡ଼ିଶା ଭାସ୍କର): ଏବେ ପେଟ୍ରାଲ ଓ ଡିଜେଲ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏତିକି ବେଳେ ପେଟ୍ରୋଲ ପମ୍ପରେ ଗ୍ରାହକମାନେ ଠକେଇର ଶିକାର ହେଉଥିବା ଖବର ପ୍ରତିଦିନ ସାମ୍ନାକୁ ଆସିଛି । ଗ୍ରାକମାନେ ଦେଉଥିବା ଟଙ୍କା ଅନୁସାରେ ତେଲ କମ ପାଉଛନ୍ତି । ଗ୍ରାହକଙ୍କ ଅଜାଣତରେ ଚାଲାକିର ସହ ପେଟ୍ରୋଲ ପମ୍ପ କର୍ମଚାରୀମାନେ ଠକାମି କରିଥାନ୍ତି । ତେବେ ପେଟ୍ରାଲ ପମ୍ପରେ କିପରି ଠକନ୍ତି ଓ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ଜାଣି ରଖନ୍ତୁ ।

-ପେଟ୍ରୋଲ ପମ୍ପରେ ତେଲ ପକାଉଥିବା ବେଳେ ମିଟର ସର୍ବଦା ଜିରୋ ରହିବା ଆବଶ୍ୟକ । ଅନେକାଂଶ ସମୟରେ ମିଟର ଜିରୋ ଦେଖାଇ ଆପଣ ମାଗିଥିବା ପେଟ୍ରୋର ମୂଲ୍ୟ ମିଟରରେ ପକାଇ ନଥାନ୍ତି । ତେଣୁ ତେଲ ପକାଇବା ପୂର୍ବରୁ ଯେତେ ଟଙ୍କା ତେଲ ପକାଇବେ ତାହା ମିଟରରେ ଫିଡ଼ କରିବାକୁ କୁହନ୍ତୁ ।
-ତେଲ ପକାଇବା ସମୟରେ ନୋଜେଲକୁ ଟାଙ୍କି ଭିତରକୁ ନପୁରାଇ ଟିକେ ଉପରକୁ ରଖିବାକୁ କୁହନ୍ତୁ । ଯାହାଫଳରେ ଆପଣଙ୍କ ଟାଙ୍କିରେ ତେଲ ଭର୍ତ୍ତି ହେଉଛି କି ନାହିଁ ଜାଣି ପାରିବେ ।
-ପେଟ୍ରୋଲ ମିଟର ରିଡ଼ିଂ ୩ଭିତରେ ଆରମ୍ଭ ହେବା ଆବଶ୍ୟକ । ଏହି ନମ୍ବର ଉପରକୁ ମିଟର ରିଡ଼ିଂ ହେଉଥିଲେ ଆପଣ ଠକାମିର ଶିକାର ହୋଇପାରନ୍ତି ।
-ମିଟର ସ୍ପିଡ଼ ଜୋରରେ ଥିଲେ ଏହାକୁ କମେଇବାକୁ କୁହନ୍ତୁ ।
-ଅଧିକାଂଶ ସମୟରେ ତେଲ ଆସୁଥିବା ପାଇପକୁ ଜୋରରେ ଚାପି ଧରନ୍ତି ଯାହା ଫଳରେ ତେଲ କମ ଆସିଥାଏ । ସେପଟେ କିନ୍ତୁ ମିଟର ରିଡ଼ିଂ ଚାଲିଥାଏ । ତେବେ ଏହି ଦିଗ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।

Get real time updates directly on you device, subscribe now.