fbpx

ନକଲିର ପେଣ୍ଠସ୍ଥଳ ପାଲଟିଛି କଟକ ସହର; ଖାଦ୍ୟ ସାମଗ୍ରୀ ପରେ, ଏବେ ନକଲି ଓଜନ୍ ମେସିନ୍

Advertisement

କଟକ: କଟକ ସହର ଏବଂ ଏହାର ଉପକଣ୍ଠ ଜଗତପୁର ଓ ନୂଆପଡ଼ା ଅଞ୍ଚଳରେ ନକଲି କାରବାର ଥମିବାର ନାଁ ଧରୁନି। ବାରମ୍ବାର ଚଢଉ ପରେ ବି ନୂଆ ନୂଆ ନକଲି କାରବାର ସାମନାକୁ ଆସୁଛି। ନକଲି ଖାଦ୍ୟ ସାମଗ୍ରୀ ପରେ କଟକରେ ଏବେ ଓଜନ୍ ମେସିନ୍ ବି ନକଲି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଘଟଣା। କଟକ ନୂଆପଡ଼ା ଅଞ୍ଚଳରେ ଏକ ଘରେ ନିର୍ମାଣ କରାଯାଉଥିଲା ନକଲି ଓଜନ୍ ମେସିନ୍। ଏହି ନକଲି ଓଜନ୍ ମେସିନ୍ ବନାଯାଉଥିବା ବେଳେ ଚଢ଼ାଉ କରିଛି ଓଜନ ଓ ମାପ ବିଭାଗ। ବେଆଇନ ଭାବେ ଇଲକଟ୍ରୋନିକସ୍ ଓଜନ୍ ମେସିନ୍ ନିର୍ମାଣ କରୁଥିଲେ।

କୌଣସି ଅନୁମତି ବିନା ଏପରି ଚାଲିଥିଲା। ବିନା କୌଣସି ଷ୍ଟାମ୍ପ କିମ୍ବା ଅନୁମୋଦନରେ ଏସବୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି କରାଯାଉ ଥିଲା। ପୂର୍ବରୁ ଜଗତପୁର ଥାନା ଅନ୍ତର୍ଗତ ନିୟୁ ତରୋଳ ଅଞ୍ଚଳ ସ୍ଥିତ କେନ୍ଦ୍ରାପଡ଼ା କେନାଲ ପାର୍ଶ୍ବ ସାଇ ସମୀକ୍ଷା ନଗରରେ ସ୍ବାତି ବିଭରେଜ ଆଣ୍ଡ ଫୁଡ ଇଣ୍ଡଷ୍ଟ୍ରି ନାମରେ ବେଆଇନ ନକଲି ଖାଦ୍ୟ ମସଲା କାରଖାନାକୁ ଠାବ କରାଯାଇଥିଲା। ସିଏମସିର ସ୍ୱାସ୍ଥ୍ୟ ବିଭାଗ ଓ କମିସନରେଟ ପୁଲିସ ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରିଥିଲେ। ଖାଦ୍ୟ ସାମଗ୍ରୀ ପରେ ଏବେ ଓଜନ୍ ମେସିନ୍ ଜବତ ହେବା ଖବର ଶୁଣି ସମସ୍ତଙ୍କ ମନରେ ନକଲି-ଅସଲି ପ୍ରତି ସନ୍ଦେହ ସୃଷ୍ଟି ହେଉଛି।

Get real time updates directly on you device, subscribe now.