fbpx

ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୬ ଜଣ ବିଜେପି ବିଧାୟକ ବିଧାନସଭାରୁ ନିଲମ୍ବିତ

Advertisement

ଓଡ଼ିଶା ଭାସ୍କର: ସନ୍ଦେଶଖାଲିରେ ଅଶାନ୍ତି ପ୍ରସଙ୍ଗକୁ ନେଇ ବିଧାନସଭା ଗୃହରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୬ ଜଣ ବିଜେପି ବିଧାୟକଙ୍କୁ ଆଜି ପଶ୍ଚିମବଙ୍ଗ ବିଧାନସଭାରୁ ନିଲମ୍ବିତ କରାଯାଇଛି। ତେବେ ଶୁଭେନ୍ଧୁଙ୍କ ସମେତ ବିଜେପି ବିଧାୟକ ଅଗ୍ନିମିତ୍ର ପାଲ, ତାପସୀ ମଣ୍ଡଳ, ମିହିର ଗୋସ୍ୱାମୀ, ବଙ୍କିମ ଘୋଷ ଓ ଶଙ୍କର ଘୋଷଙ୍କୁ ଚଳିତ ଅଧିବେଶନର ଅବଶିଷ୍ଟ ଅଂଶ ବା ୩୦ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି।

ସୂଚନା ଥାଉକି, ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଅଶାନ୍ତି ପ୍ରସଙ୍ଗକୁ ନେଇ ଆଜି ପ୍ରଶ୍ନକାଳ ଆରମ୍ଭରୁ ବିଜେପି ବିଧାୟକମାନେ ତୃଣମୂଳ କଂଗ୍ରେସ ସରକାରଙ୍କ ବିରୋଧରେ ଗୃହରେ ସ୍ଲୋଗାନ ଦେଇଥିଲେ। ବିଜେପି ବିଧାୟକମାନେ ଗୃହ ମଧ୍ୟଭାଗରେ ବସି ନାରାବାଜି କରିଥିଲେ। ଏହାପରେ ବାଚସ୍ପତି ବିମାନ ବାନାର୍ଜୀ ତୃଣମୂଳ କଂଗ୍ରେସ ବିଧାୟକ ଶୋଭନଦେବ ଚାଟାର୍ଜୀଙ୍କୁ ବିଜେପି ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଗତ କରିବାକୁ ଅନୁମତି ଦେଇଥିଲେ। ଏବଂ ବିଜେପି ବିଧାୟକମାନଙ୍କୁ ବାଚସ୍ପତି ଗୃହରୁ ନିଲମ୍ବିତ କରିଥିଲେ।

Get real time updates directly on you device, subscribe now.